ମୁମ୍ୱାଇ-ପୁଣେ ଏକ୍ସପ୍ରେସ ଓ୍ୱେରେ ଭୟଙ୍କର ଦୁର୍ଘଟଣା। ଏକ କଣ୍ଚେନରର ବ୍ରେକ୍ ଫେଲ୍ ହେବାରୁ ୧୮ରୁ ୨୦ ଗାଡ଼ି ପରସ୍ପରକୁ ଧକ୍କା ଦେଇଛି। ଅନେକ ଗାଡ଼ି କ୍ଷତିଗ୍ରସ୍ତ ସହ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ପ୍ରାୟ ୫ କିଲୋମିଟର ଯାଏ ରାସ୍ତା ଜାମ୍ ହୋଇଯାଇଥିଲା। ୫ଟି ଗାଡ଼ି ପୁରା ଚୁରମାର ହୋଇଯାଇଛି। ରେସକ୍ୟୁ ଅପରେସନ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ସହ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଆହତଙ୍କୁ ହସ୍ପିଟାଲ ନେଇଥିଲେ। ଖଣ୍ଡାଲା ଘାଟି ପାଖରେ କଣ୍ଟେନରର ବ୍ରେକ ଫେଲ୍ ହୋଇଯାଇଥିଲା। କଣ୍ଟେନରର ବେଗ ଅଧିକ ଥିଲା। ବ୍ରେକ୍ ଫେଲରୁ ଚାଳକ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲେ। ଆଉ ସାମ୍ନାରେ ଯାଉଥିବା ଗାଡ଼ିକୁ ଟକ୍କର ମାରିବା ପରେ ୧୮ରୁ ୨୦ ଗାଡ଼ି ତା ପଛକୁ ପଛ ପିଟିହୋଇଥିଲେ। ଦତ୍ତା ଫୁଡ୍ ମଲ୍ ସାମ୍ନାରେ ଦୁର୍ଘଟଣା ଘଟିଥିଲା। ଯାହା ଏକ ବ୍ୟସ୍ତବହୁଳ ଓ ପ୍ରମୁଖ ପଏଣ୍ଟ ଅଟେ। ଏମିତିରେ ଶନିବାର ଓ ରବିବାର ଏହି ରୁଟରେ ଗାଡ଼ି ସଂଖ୍ୟା ଦେଢ଼ରୁ ଦୁଇ ଲକ୍ଷ ଯାଏ ପହଞ୍ଚିଥାଏ।

Naxatra News is now on Whatsapp
Join and get latest news update delivered to you via whatsapp
Join Now