ବିବାହିତା ପ୍ରେମିକା ସହ ଲୁଚାଛପାରେ ମିଳାମିଶା ଚାଲିଥିଲା। ପ୍ରେମିକା ଘରେ ବି ଏଥର ପଶି ସାରିଥିଲା। କିନ୍ତୁ ଘର ଭିତରେ ଅଧା ରାତିରେ ଆୱାଜ ଆସିବାକୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଘରେ କିଏ ଅଛି କି ବୋଲି କବାଟ ବାଡ଼େଇବାରୁ ମହିଳା ତାଙ୍କର ପ୍ରେମିକକୁ ସିନ୍ଦୁକରେ ଲୁଚାଇଦେଇଥିଲେ। ଘରେ କେହି ନା କେହି ତ ଅଛନ୍ତି। ଏହା ବାରିପାରି ଘର ଲୋକ ପୁରା ଘର ଖୋଜିନେଲେ। ହେଲେ କାହାକୁ ପାଇଲେନି। ଏହାରି ଭିତରେ ମହିଳାଙ୍କ ଦେଢ଼ଶୂରଙ୍କ ନଜର ଘରେ ଥିବା ସିନ୍ଦୁକ ବାକ୍ସ ଉପରେ ପଡ଼ିଥିଲା। ଯାହାର ତାଲା ଦୁଆରର ଗୋଟିଏ ପାଖ ସିନ୍ଦୁକ ଭିତର ଆଡ଼କୁ ଥିଲା। ଆଉ ସିନ୍ଦୁକ ଖୋଲିଦେବା ମାତ୍ରେ ପ୍ରେମିକ ବିନା କପଡ଼ାରେ ତା ଭିତରେ ଲୁଚିଥିଲା। ଏଥିରେ ରାଗିପାଚି ମହିଳାଙ୍କ ପରିଜନ ତାଙ୍କୁ ଚାପୁଡ଼ା ମାରିବା ସହ ବାଡ଼ିରେ ନିସ୍ତୁକ ପିଟିଥିଲେ। ଏହା ପରେ କପଡ଼ା ପିନ୍ଧାଇ ଘର ବାହାରକୁ ଘୋଷାରି ନେଇଥିଲେ। ଘର ବାହାରେ ଥିବା ଗାଁ ଲୋକେ ବି ମାଡ଼ ମାରିଥିଲେ। ଆଗ୍ରାରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଫତେହାବାଦ ଥାନା ଅଞ୍ଚଳର ଏ ଘଟଣା। ସଂପୃକ୍ତ ମହିଳାଙ୍କ ସ୍ୱାମୀ ଜଣେ ଟ୍ରକ୍ ଚାଳକ। ସ୍ୱାମୀ ଘରୁ ବାହାରେ ଥିବାର ଫାଏଦା ଉଠାଉଥିଲା ପତ୍ନୀ। ଗଲା ରବିବାର ସ୍ୱାମୀର ଅନୁପସ୍ଥିତିରେ ପ୍ରେମିକକୁ ଘରକୁ ଡାକିଦେଇଥିଲେ। ଅଧା ରାତିରେ ଘର ଲୋକଙ୍କ ନିଦ ଭାଙ୍ଗିଯାଇଥିଲା। ଯେତେବେଳେ ବୋହୁ ରୁମରୁ କେହି ଫୁସୁରୁଫାସରର ଆଓ୍ୱାଜ ଆସିଥିଲା। ତେବେ ମହିଳାଙ୍କ ଦେଢଶୂର ପାଣି ପିଇବାକୁ ଘରୁ ବାହାରକୁ ଆସିଥିଲା ବେଳେ ଏହା ଶୁଣିଥିଲେ। ସନ୍ଦେହ ହେବାରୁ ଘର ଲୋକଙ୍କୁ ଉଠାଇଥିଲେ। ସଂପୃକ୍ତ ଯୁବକକୁ ହେପାଜତକୁ ନେଇ ପଚରାଉଚୁରା କରିଛି। ଏହାର ଭିଡ଼ିଓ ଜେରଦାର ଭାଇରାଲ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now