ବିନା ପୋଷାକରେ ମହିଳା କୋଚ୍ ରେ ପ୍ରବେଶ କଲେ ବ୍ୟକ୍ତି , ଭିଡିଓ ହେଲା ଭାଇରାଲ

ମୁମ୍ବାଇ ଲୋକାଲ ଟ୍ରେନ୍ ରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ହଠାତ୍ ମହିଳା କୋଚରେ ଜଣେ ବ୍ୟକ୍ତି ନିବସ୍ତ୍ର ହୋଇ ଚଢି ଯାଇଥିଲେ । ଏହା ଦେଖି ମହିଳା ମାନେ ଚିତ୍କାର କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହି ଭିଡିଓରେ ବିନା ପୋଷାକରେ ଜଣେ ବ୍ୟକ୍ତି ମହିଳା କୋଚ୍ ରେ ପ୍ରବେଶ କରିଥିଲେ । ତାଙ୍କୁ ଦେଖିବା ମାତ୍ରେ ସମସ୍ତେ ତାଜୁବ ହେବା ସହ ଚିତ୍କାର ମଧ୍ୟ କରିଥିଲେ। ତେବେ ଏହି ଭିଡିଓଟି ଘାଟକୋପର ରେଳ ଷ୍ଟେସନର । ଏଠାରେ ଯେତବେଳେ ଲୋକାଲ ଟ୍ରେନ୍ ରହିଥିଲା ସେତବେଳେ ଏହି ବ୍ୟକ୍ତି ଜଣକ ଟ୍ରେନରେ ଚଢିଥିଲେ । ସୋମବାର ଏହି ଘଟଣା ନେଇ ହଙ୍ଗାମା ହୋଇଥିଲା । ମହିଳାମାନଙ୍କ ଚିତ୍କାର ଶୁଣି ଟିଟିଆଇ ପହଞ୍ଚିଥିଲେ । ସେ ଉଲଗ୍ନ ବ୍ୟକ୍ତିଙ୍କୁ ଟ୍ରେନରୁ ବାହାର କରିଥିଲେ । ମୁମ୍ବାଇ ଲୋକାଲକୁ ସହରର ଲାଇଫଲାଇନ୍ କୁହାଯାଏ ।ଏହି ଟ୍ରେନ୍ ରେ ଯାତ୍ରା କରିବାକୁ ମହିଳା ସୁରକ୍ଷିତ ମନେକରନ୍ତି , ହେଲେ ଏବେ ଭିଡିଓ ଭାଇରାଲ ପରେ ମହିଳାଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ବଢିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *