ଭାରତର ସବୁ ବୟସ୍କ ବାଘ ବା ବୁଢା ବାଘ ହେଉଛି ରାଜା । ୨୫ ବର୍ଷ ୧୦ ମାସ ୧୮ ଦିନରେ ପଶ୍ଚିମବଙ୍ଗର ଦକ୍ଷିଣ ଖାଏରବାରୀ ରେସ୍କ୍ୟୁ ସେଣ୍ଟରରେ ରାଜା ର ମୃତ୍ୟୁ ହୋଇଛି । ଆସନ୍ତା ଅଗଷ୍ଟ ୨୩ ରେ ରାଜା ର ଜନ୍ମଦିନ ବଡ ଧୁମଧାମରେ ପାଳ ହେବା ପାଇଁ ବନ ବିଭାଗ ପକ୍ଷରୁ ଯୋଜନା ହୋଇଥିଲା। ତଥ୍ୟ ଆଧାରରେ ୨୦୦୬ ରେ ସୁନ୍ଦରବନ ମାତଲା ନଦୀ ପାର ହେଉଥିବା ବେଳେ ଏକ କୁମ୍ଭୀର ଆକ୍ରମଣକରିବାରୁ ରାଜା ଗୁରୁତର ଆହତ ହୋଇପଡିଥିଲା । କୁମ୍ଭୀର ରାଜାର ବାମ ଗୋଡ଼କୁ ଖାଇ ଦେଇଥିଲା । ଏହି ଘଟଣା ପରେ ବନବିଭାଗ ରାଜାକୁ ଜଙ୍ଗଲରେ ନଛାଡି ୨୦୦୮ ମସିହାରୁ ଦକ୍ଷିଣ ଖାଏରବାରୀ ଟାଇଗର ରିଜର୍ଭ ସେଣ୍ଟରରେ ଛାଡିଥିଲେ । ରାଜାର ମୃତ୍ୟୁ ବନବିଭାଗ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।
ନଭେମ୍ବର 2019 ରୁ ଜାନୁୟାରୀ 2020 ପର୍ଯ୍ୟନ୍ତ ବାଘ ଜନଗଣନା କରାଯାଇଥିଲା | ଜନଗଣନାରେ ସୁନ୍ଦରବନରେ 96 ଟି ବାଘଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏହାପୂର୍ବରୁ 88 ଟି ବାଘ ସୁନ୍ଦରବନରେ ଥିବା ଅନୁମାନ କରାଯାଉଥିଲା।
- ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now