ପହଲଗାମ ଆତଙ୍କି ଆକ୍ରମଣ ପରେ ପାକିସ୍ତାନ ନିରନ୍ତର ଏଲଓସିରେ ଅସ୍ତ୍ରବିରତି ନିୟମର ଉଲ୍ଲଂଘନ କରି ଚାଲିଛି। ପହଲଗାମର ପ୍ରତିଶୋଧ ନିଶ୍ଚିତ ନିଆଯିବ। ପାକିସ୍ତାନକୁ ଉଚିତ୍ ଜବାବ ଦେବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଦେଶ ପ୍ରତି ଯିଏ ଆଖି ଉଠାଉଛି, ସେମାନଙ୍କୁ ମୁହଁତୋଡ଼ ଜବାବ ଦିଆଯିବ। ସେନା ସହ ମିଶି ସରକାର ଏହି ଦାୟିତ୍ୱ ନିଶ୍ଚିଚ ନିର୍ବାହ କରିବେ ବୋଲି କହିଲେଣି ରାଜନାଥ। ସେପଟେ ଭାରତକୁ ବନ୍ଧୁ ଦରକାର, ଭାଗିଦାରୀ ଜରୁରୀ। କିନ୍ତୁ ଜ୍ଞାନ ବାଣ୍ଟିବାଭଳି ରାଷ୍ଟ୍ର ନୁହେଁ ବୋଲି ୟୁରୋପକୁ ତୀର୍ଯ୍ୟକ ତୀର ମାରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଆମେରିକା ପୂର୍ବରୁ ଆଜିକା ଦିନରେ ଅଧିକ ଆତ୍ନନିର୍ଭର ହେଲାଣି। କିନ୍ତୁ ୟୁରୋପ ଆଜି ପରିବର୍ତ୍ତନ ମୁହାଁ ନେଇ ଚାପରେ ଅଛି। ଜ୍ଞାନ ବାଣ୍ଟୁଥିବା ୟୁରୋପ ଯେଉଁ ଉପଦେଶ ଦେଉଛି, ତାକୁ ନିଜ ଦେଶରେ ଲାଗୁ କରୁନି। ପହଲଗାମ ଆତଙ୍କି ଆକ୍ରମଣ ପରେ ୟୁରୋପର ଆଭିମୁଖ୍ୟକୁ ନେଇ ଟାର୍ଗେଟ କରିଛନ୍ତି ଜୟଶଙ୍କର। ପହଲଗାମ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ସରକାର ଯେକୌଣସି ପଦକ୍ଷେପ ନେବେ, ତାକୁ ଶତପ୍ରତିଶତ ସମର୍ଥନ କରିବାକୁ କହିସାରିଛନ୍ତି ବିରୋଧୀ ଦଳ। କିନ୍ତୁ କେବେ ଆକ୍ସନ, ତାକୁ ନେଇ କଂଗ୍ରେସ ବି କ୍ରମାଗତ ଟାର୍ଗେଟ କରିଆସୁଛି। ରାଫେଲ ଲେଖାଯାଇଥିବା ଏକ ଖେଳନାରେ ଲେମ୍ୱୁ ଲଙ୍କା ଲଗାଇ ୟୁପି ପିସିସି ସଭାପତି ଅଜୟ ରାଏ ମୋଦି ସରକାରଙ୍କୁ କଟାକ୍ଷ କରିଥିଲେ। କେବେ ରାଫେଲ ତା କାମ କରିବ କହି ପ୍ରତୀକାତ୍ମକ କଟାକ୍ଷ କରିଥିଲେ। ଯେତେବେଳେ ତମାମ ବିରୋଧୀ ଦଳ ସରକାରଙ୍କ ସାଙ୍ଗରେ ଅଛି, ତାହେଲେ ସରକାର ନିଷ୍ପତ୍ତି ନେଇପାରୁନଥିବାରୁ ଲୋକଙ୍କ ଭିତରେ ପ୍ରଶ୍ନ ଉଠୁଛି ଓ ସମାଲୋଚନା ହେବା ସ୍ୱାଭାବିକ ବୋଲି କହିଛନ୍ତି ଅଜୟ। ସରକାର ଲୋକଙ୍କୁ ଭ୍ରମରେ ରଖନ୍ତୁନି। ପହଲଗାମ ଆତଙ୍କି ଆକ୍ରମଣରେ ମୃତ ପରିବାରଙ୍କ ଆଖିରୁ ଲୁହ ଶୁଖିଲାଣି। କେବଳ ବଡ଼ ବଡ଼ କଥା, କାମ ନୁହେଁ ବୋଲି ମୋଦି ସରକାରଙ୍କୁ ସମାଲୋଚନା ସହ ରାଫେଲ ଫାଇଟର ଜେଟ୍ କେବଳ ଲେମ୍ୱୁ ଲଙ୍କା ଲଗାଇ ହ୍ୟାଙ୍ଗରରେ ଥୁଆ ହେବାକୁ ଆସିଛି ବୋଲି କହିଛନ୍ତି ଅଜୟ। ସେପଟେ ବିଜେପି ଏହାର କଡ଼ା କାଉଣ୍ଟର କରିଛି। ଆତଙ୍କବାଦ ବିରୋଧରେ ସରକାରଙ୍କ ଲଢ଼େଇରେ ବିରୋଧୀ ସାଙ୍ଗରେ ଥିବା ସିନା କହୁଛନ୍ତି। କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତାଏ ନିରନ୍ତର ଯେଭଳି ମନ୍ତବ୍ୟ ଦେଉଛନ୍ତି। ଏଭଳି ମନ୍ତବ୍ୟ ଦେଶ ବିରୋଧୀ ଓ ସେନାର ମନୋବଳକୁ ଭାଙ୍ଗିବାକୁ ଉଦ୍ଦିଷ୍ଟ। ଏଭଳି ମନ୍ତବ୍ୟ ଓ ଆଚରଣ ପାକିସ୍ତାନ କରେ। ଆତଙ୍କବାଦୀଙ୍କୁ ପୋଷି ଯେମିତି ଆତଙ୍କି ଆକ୍ରମଣ ପରେ ନିଜର ଭୂମିକାକୁ ଅସ୍ୱୀକାର କରିଚାଲୁଛି ପାକିସ୍ତାନ। ପହଲଗାମ ପ୍ରତିଶୋଧ। ଯେତିକି ବିଳମ୍ୱ ହେଉଛି, ସେତିକି ଧୈର୍ଯ୍ୟ ତୁଟୁଛି। ଆଉ ଏହାକୁ ତାଳ ଦେଇ ଆରୋପ ପ୍ରତ୍ୟାରୋପ ରାଜନୀତି ବି ସେତିକି ତେଜୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now