ପାକିସ୍ତାନର ପାରିଲାପଣିଆ- ବୁମେରାଂ ହେଲାଣି ପ୍ରୋପାଗାଣ୍ଡା!

ଭାରତ ସହ ପାରୁନି ପାକିସ୍ତାନ। ସେଥିଲାଗି ପ୍ରୋପାଗାଣ୍ଡାରେ ଭାରତର ଏକତାକୁ ଦୁର୍ବଳ କରିବାକୁ ମସୁଧା ଆରମ୍ଭ କରିଛି। ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତର ଜବାବୀ ହମଲାରେ ଭୟଭୀତ ପାକିସ୍ତାନ ନିଜକୁ ଦୋଷମୁକ୍ତ ଲାଗି ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ସୁନାପୁଅ ସାଜିବାକୁ ଭାରତର କିଛି ନେତା, ୟୁଟ୍ୟୁବୁର ଓ ମିଡିଆକୁ ଆୟୁଧ କଲାଣି। ପାକିସ୍ତାନର ସେନା ପ୍ରବକ୍ତା ମେଜର ଜେନେରାଲ ରାଙ୍କର ଡିଜିଆଇଏସପିଆର ଲେଫ୍ଟନାଣ୍ଟ ଅହମ୍ମଦ ସରିଫ ଚୌଧୁରୀ ୬୦ ଦେଶର ରାଜଦୂତ ଓ ଅନ୍ତରାଷ୍ଟ୍ରୀୟ ମିଡିଆ ଆଗରେ ଏକ ଭିଡ଼ିଓ ଚଳାଇଛନ୍ତି। ଏ ଭିଡ଼ିଓରେ ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କ ସମେତ କଂଗ୍ରେସର ୫ ନେତାଙ୍କ ବୟାନ ଦର୍ଶାଯାଇଛି। ଏହା ସହ ଅଭିମୁକ୍ତେଶ୍ୱରନନ୍ଦ, ଚାଷୀ ନେତା ରାକେଶ ଟିକାୟତ, ୟୁଟ୍ୟୁବର ଧ୍ରୁବ ରାଠି ଓ ନେହା ସିଂ ରାଠୋରଙ୍କ ବୟାନକୁ ଦେଖାଇଛି। କେବଳ ଏତିକି ନୁହେଁ। କରନ ଥାପ୍ପରଙ୍କ ସୋରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବି କେମିତି ପହଲଗାଁଓ ଆକ୍ରମଣକୁ ନେଇ ଭାରତ ଓ ମୋଦି ସରକାରଙ୍କ ମାନସିକତାକୁ ଟାର୍ଗେଟ କରିଥିଲେ,ତାହାକୁ ଦେଖାଇ ଭାରତ ବିରୋଧୀ ଚିତ୍ରଣ ଓ ଛବି ଆଙ୍କିବାକୁ ଚେଷ୍ଟା କରିଛି ପାକିସ୍ତାନ। ସେପଟେ ବିଦେଶ ମନ୍ତ୍ରାଳୟର ସଚିବ ବିକ୍ରମ ମିସ୍ରି କହିଛନ୍ତି, ସୁସ୍ଥ ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା କରିବା ବଡ଼ ହଲମାର୍କ ଅଟେ। ଭାରତୀୟ ଲୋକେ ଭାରତ ସରକାରଙ୍କୁ ସମାଲୋଚନା କରିବାର ଭିଡ଼ିଓ ଦେଖାଇ ତୁଛାରେ ଉଲ୍ଲସିତ ହେଉଛନ୍ତି ପାକିସ୍ତାନ ସେନାର ଡିଜି ଆଇଏସପିଆର୍। ସେପଟେ ଅହମ୍ମଦଙ୍କ ରକ୍ତରେ ଆତଙ୍କବାଦ ରହିଛି। ଅହମ୍ମଦଙ୍କ ବାପା ସୁଲତାନ ବସିରୁଦ୍ଦିନ ମହମ୍ମଦ ଥିଲେ ଜାତିସଂଘ ଓ ଆମେରିକା ଦ୍ୱାରା ଘୋଷିତ ଗ୍ଲୋବାଲ୍ କୁଖ୍ୟାତ ଆତଙ୍କବାଦୀ। ଆତଙ୍କି ସଂଗଠନ ଅଲ-କାଏଦାକୁ ନ୍ୟକ୍ଲିଆର ଅସ୍ତ୍ର ତିଆରିରେ ସହଯୋଗ କରୁଥିଲେ ନ୍ୟୁକ୍ଲିୟାର ସାଇଣ୍ଟିଷ୍ଟ ବସିରୁଦ୍ଦିନ। ଆତଙ୍କବାଦୀ ଓସାମା ବିନ୍ ଲାଡେନ ସହ ନ୍ୟକ୍ଲିୟାର ବୋମା ତିଆରି ଲାଗି ରାସାୟନିକ, ଜୈବିକ ଓ ପରମାଣୁ ହତିଆର ବାବଦରେ ସୂଚନା ଦେଉଥିଲେ। ୧୯୯୯ରେ ୟୁଟିଏନ ନାମକ ଦକ୍ଷିଣପନ୍ଥୀ ସଂଗଠନର ସ୍ଥାପନା କରିଥିଲେ ବସିରୁଦ୍ଦିନ। ଏହାକୁ ଆମେରିକା ବ୍ୟାନ୍ କରିଥିଲା ୨୦୦୧ରେ। ପାକିସ୍ତାନକୁ କଡ଼ା ଜବାବ ଦେବାରେ ଭାରତୀୟ ସେନା ଓ ସରକାରକୁ ବିରୋଦୀ ଦଳର ଭରପୁର ସମର୍ଥନ ଦେଖି ହଡ଼ବଡ଼େଇ ଗଲାଣି ପାକିସ୍ତାନ। ଯେଉଁ ବ୍ୟକ୍ତିବଶେଷଙ୍କ ବୟାନକୁ ଦେଖାଇ ଭାରତର ଛବିକୁ ମଳିନ କରିବାକୁ ଚାହୁଁଥିଲା ପାକିସ୍ତାନ। ସେମାନେ ଭାରତର ପ୍ରତିଶୋଧ ପରେ ସେନାର ଗୁଣ ଗାଉଛନ୍ତି। କଂଗ୍ରେସ ସେନାର ସାହସକୁ ସଲାମ ଓ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି ଦେଶତମାମ ଜୟହିନ୍ଦ୍ ଯାତ୍ରା କରିଛି। ନେହା ରାଠୋର, ରାକେଶ ଟିକାୟତ ପ୍ରମୁଖ ସେନାର ସୌର୍ଯ୍ୟକୁ ସଲାମ କରି ଭାରତ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଲେଣି। ନେହା କହିଛନ୍ତି, ଭାରତର ବଡ଼ ବଳ ସେନା ଅଛି। କିନ୍ତୁ ପାକିସ୍ତାନର ବଡ଼ ବରବାଦି ସେମାନଙ୍କ ସେନା ଅଟେ। ପାକିସ୍ତାନର ଅସଲ ଶତୃ ଭାରତ ନୁହେଁ, ଖୋଦ୍ ପାକିସ୍ତାନୀ ସେନା। ପାକିସ୍ତାନ ଆଜି ଯାଏଁ ଯେତେ ଲଢ଼ିଛି, ଭାରତଠୁ ହାରିଛି। ପାକିସ୍ତାନ ବଜେଟର ଅଧିକ ଅର୍ଥ ଆତଙ୍କବାଦକୁ ପୋଷିବାରେ ଖର୍ଚ୍ଚ ହୁଏ। ଏଯାଏଁ ଭାରତ ବିରୋଧରେ ମିଛ ପ୍ରୋପାଗାଣ୍ଡା ଧରି ଚାଲିଥିବା ଧୃବ ରାଠିଙ୍କ ୟୁଟ୍ୟୁବ ଚାନେଲ କାହିଁକି ବନ୍ଦ ହୋଇନି ବୋଲି ଅନେକ ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ଅପିଲ୍ କରିଛନ୍ତି। ସେପଟେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ, ବିଦେଶ ମନ୍ତ୍ରୀଙ୍କୁ ଧୋଇଛନ୍ତି ପାକିସ୍ତାନୀ ସାଂସଦ। ଏମାନଙ୍କ ନେତୃତ୍ୱ, ଦକ୍ଷତାକୁ ନେଇ ଅଙ୍ଗୁଳି ଉଠାଇବା ସହ ଭାରତକୁ ବିକଳ ହୋଇଛନ୍ତି। ପାକିସ୍ତାନ ବିଳିବିଳେଇଲାଣି। ଭାରତର ପରାକ୍ରମ ଆଗରେ କେତେ ଦୁର୍ବଳ, ତାହା ଜାଣିସାରିଲାଣି। ସେଥିଲାଗି ଅଖଣ୍ଡ ଭାରତ ଭିତରେ ଅସ୍ଥିରତା ସୃଷ୍ଟି କରିବା ପ୍ରୟାସ ବୁମେରାଂ ସାଜିଲାଣି। ସେଥିଲାଗି ସବୁଠି ଚର୍ଚ୍ଚା, ପାକିସ୍ତାନ ସେନାର ସୂଚନା ଓ୍ୱିଙ୍ଗର ଇଣ୍ଟର ସର୍ଭିସ ପବ୍ଲିକ ରିଲେସନର ଡିଜି ଅହମ୍ମଦଙ୍କଠୁ ଆଉ କଅଣ ଆଶା କରାଯିବ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *