ବିବାଦରେ ମେଲିସା ମେରକାଡ଼ୋ। ପୋଲ ଡ୍ୟାନ୍ସ କରି ଚାରିଆଡ଼ୁ ସମାଲୋଚିତ ହୋଇଥିଲେ ମେଲିସାନ। ଏନଓ୍ୱାଇପିଡିର ଡିଟେକ୍ଟିଭ୍ ମେଲିସା ଏକ ରାପ୍ ମ୍ୟୁଜିକ୍ ଭିଡ଼ିଓରେ ଅଶ୍ଲୀଳ ନୃତ୍ୟ କରି ଚାକିରୀ ହରାଇବା ଉପରେ। ମେଲିସା ୨୦୧୮ରେ ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟ ନା ଏନଓ୍ୱାଇପିଡିରେ ଯୋଗ ଦେଇଥିଲେ। ତେବେ ପୋଲ ଡ୍ୟାନ୍ସର ଭିଡ଼ିଓ ଭାଇରାଲ ପରେ ଗଲା ୭ ବର୍ଷ ହେଲା ନ୍ଯୁୟର୍କ ପୁଲିସ ସେବାରେ ଥିବା ମେଲିସାଙ୍କ ଚାକିରୀ ଯାଇପାରେ ବୋଲି ବେଶ୍ ଚର୍ଚ୍ଚା ଚାଲିଛି। ୟୁଜର୍ସ କହିଛନ୍ତି, ମେଲିସାଙ୍କ ଏଣିକି କୌଣସି ନୈତିକତା ନାହିଁ ଏହି ପଦରେ ରହିବାକୁ। ସେ ଡେକୋରମ ଭାଙ୍ଗିଛନ୍ତି। ଆଉ କିଛି କହିଛନ୍ତି, ଯେହେତୁ ମେଲିସା ଅଫ୍ ଡ୍ୟୁଟି ସମୟରେ ଏହା କରିଛନ୍ତି, ସେଥିଲାଗି ତାଙ୍କର ଚାକିରୀ ସହ ଏହାର କୌଣସି ଲେନଦେନ ନାହିଁ। ସେ ଡ୍ୟୁଟିରେ ଥାଆନ୍ତୁ ବା ନ ଥାଆନ୍ତୁ, ମେଲିସା ଯେଉଁ ଚାକିରୀରେ ଅଛନ୍ତି, ଅନ୍ତତଃ ତାହାର ମର୍ଯ୍ୟାଦା ରଖିବା ଜରୁରୀ ବୋଲି ଆଉ କିଛି ୟୁଜର୍ସ ମତ ଦେଇଛନ୍ତି। ତେବେ ମେଲିସାଙ୍କୁ ଏଥିଲାଗି ଜରିମାନା ଦଣ୍ଡ ହେବ ନା ଚାକିରୀ ଯିବ, ଏହା ସ୍ପଷ୍ଟ ହୋଇନି। ତେବେ କୌଣସି ଏନଓ୍ୱାଇପିଡି କୋପ୍ ଙ୍କ ଏଭଳି ଆଚରଣ ପ୍ରଥମ ଘଟଣା ନୁହେଁ। ୨୦୨୨ରେ ରୁକିର କୋପ୍ ଭେରା ମେକୁଲି ବି ପୁଲିସ ପାର୍ଟିରେ ଲାପ୍ ଡ୍ଯାନ୍ସ କରି ଏକ ବିବାହିତ ଅଫିସରଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ। ଫଳସ୍ୱରୂପ ଭିଡ଼ିଓ ଭାଇରାଲ ପରେ ଟ୍ରାନଜିଟ୍ ବ୍ଯୁରୋକୁ ବଦଳି କରାଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now