କାନ୍ଥରେ ଗୋବର ଲିପିଲେ ପ୍ରିନ୍ସିପାଲ୍

ଦିଲ୍ଲୀ ୟୁନିଭରସିଟିର ପ୍ରଫେସର କ୍ଲାସରୁମ୍ କାନ୍ଥରେ ଗୋବର ଲିପିବାର ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଲକ୍ଷ୍ମୀବାଇ କଲେଜର ଅଧ୍ୟକ୍ଷା ଡକ୍ଟର ପ୍ରତ୍ୟୁଷ ବତ୍ସଳା ଏଭଳି କରୁଥିବା ବେଳେ ଭିଡ଼ିଓ ଭାଇରାଲ ହୋଇଛି। ଏମିତି କଲେ ଶ୍ରେଣୀକକ୍ଷ ପ୍ରାକୃତିକ ଉପାୟରେ ଥଣ୍ଡା ରହିବ ବୋଲି କହିଛନ୍ତି ଅଧ୍ୟକ୍ଷା। ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କିଏ କହୁଛି, ଗରମରୁ ରକ୍ଷା ପାଇବାକୁ ଏବେ ଗାଈ ବି ପାଳ। ଅନେକ ଏହାକୁ ଭାରତୀୟ ପରମ୍ପରା ସହ ଯୋଡ଼ି ଭୂରି ଭୂରି ପ୍ରଶଂସା କରିଛନ୍ତି ତ ଆଉ କେହି ଶିକ୍ଷାରେ ଅନ୍ଧବିଶ୍ୱାସ ବୋଲି ଅଭିହିତ କରି ସମାଲୋଚନା କରିଛନ୍ତି। ଆଉ କେହି ଏହାକୁ ଗବେଷଣା ନା ଶିକ୍ଷାର ଅପମାନ ବୋଲି ଦର୍ଶାଇଛନ୍ତି। କ୍ଲାସରୁମରେ ଗୋବର ଲିପିଲେ ଏହା ସ୍ୱାସ୍ଥ୍ୟପ୍ରତି ବିପଜ୍ଜନକ ବୋଲି କହିଛନ୍ତି। ଏମିତି କରି ଆଧୁନିକ ଶିକ୍ଷା ବ୍ୟବସ୍ଥାର ଛବିକୁ ମଳିନ କରାଯାଉଛି। ସଂପୃକ୍ତ ପ୍ରଫେସର ସଫେଇ ଦେଇଛନ୍ତି କି, ଏହା ଏକ ରିସର୍ଚ୍ଚ ପ୍ରୋଜେକ୍ଟର ଅଂଶ ଅଟେ। ଯାହାକୁ କଲେଜର ଏକ ଫ୍ୟାକଲଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଛି। ଯେହେତୁ ଗବେଷଣା ଜାରି ରହିଛି। ପୁରା ପ୍ରୋଜେକ୍ଟର ତଥ୍ୟ ଏକ ସପ୍ତାହ ପରେ ସେୟାର କରାଯିବ। ଏହା ଅନ୍ଧବିଶ୍ୱାସ ନୁହେଁ। ବରଂ ବୈଜ୍ଞାନିକ ଶୌଧର ଏକ ଅଂଶ। ଏହି ରିସର୍ଚ୍ଚର ନାଁ ପାରମ୍ପରିକ ଭାରଚୀୟ ଜ୍ଞାନର ପ୍ରୟୋଗରେ ଉତ୍ତାପ ନିୟନ୍ତ୍ରଣର ଅଧ୍ୟୟନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *