ପୁରୀରେ ଶ୍ରୀଜଗନ୍ନାଥ ଗ୍ରୀନ ଫିଲଡ଼ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ଆଜି ସିପସୁରୁବୁଳି ମୌଜାରେ ଜନ ଶୁଣାଣି ଅନୁଷ୍ଠିତ। ପୁରୀ ଗୋରୁଆଳ ନିକଟରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଏହାର ନିର୍ମାଣ ନେଇ ଆବଶକ୍ୟୟ ଜମି ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଅଛି l ଏନେଇ ପୂର୍ବ ନିର୍ଦ୍ଧାରିତ ନୋଟିସ ଅନୁଯାଇ କ୍ଷତିପୂରଣ ଏବଂ ଭୁ-ଅର୍ଜନ ପୁନଃବାସ ଓ ଥଇଥାନ ଆଇନ ୨୦୧୩ର ଧାରା ୧୬ ଅନୁସାରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା l ସିପସରୁବାଲି ମୌଜାରେ ରହିଥିବା ୧୫୩. ୭୮୧ଏକର ଘରୋଇ ଜମି ୯୪୨.୫୦୩ଏକର ସରକାରୀ ଜମି କୁ ମିଶାଇ ମୋଟ ୧୦୯୬. ୨୮୪ଏକର ଜମି ଅଧିଗ୍ରହଣ ନେଇ ଜନଶୁଣାଣିରେ ଜନ ସାଧାରଣ ଓ ବିସ୍ଥାପିତ ମାନେ ଭାଗ ନେଇଥିଲେ। ସରକାରଙ୍କର ବିମାନ ବନ୍ଦର ନିର୍ମାଣକୁ ନେଇ ମିଶ୍ରିତ ପତିକ୍ରିୟା ପାଇଥିବାବେଳେ ବିମାନ ବନ୍ଦର ପ୍ରତିଷ୍ଠା କରାଗଲେ କ୍ଷତିପୂରଣ ଉପଯୁକ୍ତ ମିଳିବା ଉପରେ ଦାବି ଉଠିଥିଲା l ପ୍ରତ୍ୟେକ୍ଷ ପ୍ରଭାବିତ ପରିବାରର ଜମି ଅଧିଗ୍ରହଣ ଓ ସେମାନଙ୍କର ଥଇଥାନର ଆବଶ୍ୟକତାକୁ ନଜରରେ ରଖି ସରକାର ପଦକ୍ଷେପ ନେବାକୁ ପ୍ରଭାବିତ ମୌଜାର ଲୋକମାନେ ମତ ରଖିଥିଲେ l ରାଜ୍ୟ ସରକାରଙ୍କର ଭୁ-ଅଧିଗ୍ରହଣ ନିୟମ ଅନୁସାରେ ପ୍ରଭାବିତ ଲୋକମାନଙ୍କୁ ଆର୍ଥିକ ସହାୟତା ରାଶି ସହ ସେମାନଙ୍କୁ ଥଇଥାନ ପାଇଁ ନିୟମ ମୁତାବକ ସମସ୍ତ ସହଯୋଗ ଯୋଗାଇଦିଆଯିବ ପାଇଁ ଜନଶୁଣାଣି ରେ ଅବଗତ କରାଯାଇଥିଲା। ତେବେ ଜନ ଶୁଣାଣି ରେ ଭାଗ ନେଇଥିବା ବିସ୍ଥାପିତ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସହଯୋଗ କରିବେ ବୋଲି ମତ ରଖିଥିବା ବେଳେ ଯେଉଁମାନେ ଏହାକୁ ବିରୋଧ କରିଛନ୍ତି ସେମାନଙ୍କ ସମସ୍ୟାକୁ ସମାଧାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ସେହିପରି ବିମାନ ବନ୍ଦର ପ୍ରତିଷ୍ଠାକୁ ନେଇ ଗତ କିଛି ଦିନ ତଳେ ବିମାନ ବନ୍ଦର ପ୍ରାଧିକରଣର ବନ ପରାମର୍ଶଦାତା କମିଟିର ଅଧିକାରୀ ମାନେ ସମୀକ୍ଷା କରିଥିବାବେଳେ ଆଜିର ଜନ ଶୁଣାଣି ବିମାନ ବନ୍ଦର ନିର୍ମାଣ ନେଇ ଆଶା ସଂଚାର କରିଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now