ଘୋଷଯାତ୍ର ପାଇଁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ରଥକାଠ

ଚଳିତ ବର୍ଷ ଘୋଷଯାତ୍ର ପାଇଁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ରଥକାଠ। ଡିସେମ୍ବର ୧୬ ତାରିଖ ରେ ପୁରୀ ରୁ ତିନି ସେବାୟତ ଆଜ୍ଞା ମାଳ ଧରି ନୟାଗଡ DFO ଙ୍କ ନିକଟରେ ପଂହଁଚି ଥିଲେ। 17 ତାରିଖ ଦିନ ଗଣିଆ ନିକଟସ୍ଥ ବଡ ରାଉଳ ଠାକୁରାଣୀ ଙ୍କ ନିକଟରେ ପୂଜା ଅର୍ଚନା କରି ରଥ କାଠ ଅନୁକୂଳ ପାଇଁ କଟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଘୋଷଯାତ୍ର ରେ 814 ଖଣ୍ଡ କାଠ ଦରକାର ପଡୁଛି। ଵିଧି ଅନୁସାରେ ସରସ୍ବତୀ ପୂଜା ପୂର୍ବରୁ ପୁରୀ ରେ ରଥକାଠ ପହଁଚିଲେ ସରସ୍ବତୀ ପୂଜା ଦିନ ଅନୁକୂଳ ହେବ। ଆଜି 3 ଟି ଟ୍ରକ ରେ 101 ଖଣ୍ଡ କାଠ ପୁରୀ ଅଭିମୁଖେ ବାହାରିଛି। ଧଉରା କାଠ 53 ଖଣ୍ଡ ଥିବାବେଳେ ଅସନ 48 ଖଣ୍ଡ ରହିଛି। ଦଶପଲ୍ଲା ମହାବୀର ମନ୍ଦିର ରୁ ପୂଜା ଅର୍ଚନା ହୋଈ ନୟାଗଡ ଜଗନ୍ନାଥ ମନ୍ଦିର ନିକଟରେ ପୂଜା ହେବ। ସେଠାରୁ ପୁରୀ ଅଭିମୁଖେ ଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *