ରାମଙ୍କ ସହ ରାହୁଲ ତୁଳନୀୟ- ମନ୍ତବ୍ୟକୁ ନେଇ ବିବାଦ ତେଜିଲା

ରାହୁଲ ଗାନ୍ଧୀଙ୍କୁ ପ୍ରଭୂ ରାମଙ୍କ ସହ ତୁଳନା। ତୁଳନା କରି କଂଗ୍ରେସ ନେତା ନାନା ପାଟୋଲ ବିବାଦରେ। ପ୍ରଭୂ ରାମଙ୍କ କାମ କରୁଛନ୍ତି ରାହୁଲ ବୋଲି କହିଛନ୍ତି ପାଟୋଲ। ଏହାକୁ ନେଇ ବିଜେପି କଡ଼ା କାଉଣ୍ଟର କରିଛି। ଏଭଳି ମନ୍ତବ୍ୟ ହିନ୍ଦୁଙ୍କ ବିଶ୍ୱାସ ଓ ଭାବାବେଗକୁ ବଡ଼ ଆଘାତ। ଏଭଳି ମନ୍ତବ୍ୟ ଲାଗି ତୁରନ୍ତ ପାଟୋଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି। ଏହା ହିନ୍ଦୁ ଆସ୍ଥାକୁ ଅପମାନ। ଉପା ନେତୃତ୍ୱାଧୀନ ସରକାର ଥିଲା ବେଳେ ରାମଙ୍କ ଅସ୍ତିତ୍ୱକୁ ନେଇ କୌଣସି ଐତିହାସିକ ପ୍ରମାଣ ନାହିଁ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା କଂଗ୍ରେସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ରାମମନ୍ଦିର ଗସ୍ତ ପର ଦିନ ଏହାକୁ ଶୁଦ୍ଧି କରାଯାଉ ବୋଲି ହୀନ ମନ୍ତବ୍ୟ ଦେଇଥିଲେ ପାଟୋଲ ବୋଲି ଆରୋପ ଲଦିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସିଆର କେଶଭନ। ସେପଟେ ପାଟୋଲଙ୍କ ମନ୍ତବ୍ୟରେ ଯଥାର୍ଥତା ରହିଛି ବୋଲି କହିଛି କଂଗ୍ରେସ। ଦେଶର ସମ୍ୱିଧାନ, ଏକତାକୁ ସବଳ କରିବାକୁ ରାହୁଲଙ୍କ କାମ ପ୍ରଶଂସନୀୟ। ପ୍ରଭୂ ରାମ ସମାଜର ବିକାଶ ଓ ସମାଜରେ ଭଲ ପାଇବା, ଭାଇଚାରାର ମନ୍ତ୍ର ବୁଣୁଥିଲେ। ଘୃଣା ନୁହେଁ। ରାହୁଲ ପ୍ରଭୂ ରାମଙ୍କ ବାଟ ଅନୁକରଣ କରି ସେହି ଅନୁସାରେ କାମ କରୁଛନ୍ତି। ଯଦି ପ୍ରଭୂ ରାମଙ୍କୁ ରାହୁଲଙ୍କ ସହ ତୁଳନା କରାଗଲା, ଏଥିରେ ଅସଙ୍ଗତି କୁଆଡ଼ୁ ଆସିଲା ବୋଲି ପଚାରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଚରଣ ସିଂ ସପ୍ରା। ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ତୁଛାରେ ଡେଉଁଛି। ଲୋକଙ୍କ ଦୃଷ୍ଟିଭଙ୍ଗୀକୁ ଡାଇଭର୍ଟ କରିବା ଓ ରାହୁଲଙ୍କ ଛବିକୁ ମଳିନ କରିବାକୁ ବାଟ ଖୋଜନ୍ତି। ମୁମ୍ୱାଇ ଭୋଟର ଏମାନଙ୍କୁ ବିଏମସି ନିର୍ବାଚନରେ ପାନେ ଦେବେ। ସେପଟେ ତେଜପ୍ରତାପ ଯାଦବ କହିଛନ୍ତି, ଜଣେ ମଣିଷ କେମିତି ପ୍ରଭୂ ରାମଙ୍କ ସହ ତୁଳନୀୟ। କୌଣସି କୀଟକୁ ପ୍ରଭୂ ରାମ ବା ଶ୍ରୀକୃଷ୍ଣଙ୍କ ସହ କେବେ ବି ତୁଳନା କରିବା ସମୀଚିନ ହେବନି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *