ଭୋଟ ପାଇଁ ମୋଦି ଷ୍ଟେଜରେ ବି ନାଚିବେ- ରାହୁଲ

ମୋଦିଙ୍କୁ ପ୍ରତିଦିନ ଅପମାନ କରୁଛନ୍ତି ଟ୍ରମ୍ପ। ବିଭିନ୍ନ ଦେଶକୁ ଯାଇ ଯୁଦ୍ଧ ବନ୍ଦ କରିଦେଲି କହି ଟ୍ରମ୍ପ କହୁଛନ୍ତି।୫୦ ଥର କହିଲେଣି। ଅପରେସନ ସିନ୍ଦୂର ବନ୍ଦ କରିବା, ବାୟୁସେନା ଉପରେ କହୁଛନ୍ତି ଟ୍ରମ୍ପ। କିନ୍ତୁ ମୋଦି ଟ୍ରମ୍ପଙ୍କୁ କିଛି କହୁନାହାନ୍ତି। କାରଣ ମୋଦୀଙ୍କ ସାହାସ ନାହିଁ। ଏଭଳି ବ୍ୟକ୍ତି ବିହାରର ବିକାଶ କରିପାରିବେନି। ବିହାର ନିର୍ବାଚନ ପ୍ରଚାର ବେଳେ ଦରଭଙ୍ଗା ମଞ୍ଚରେ ଏଭଳି ଚ୍ୟାଲେଞ୍ଜ କରିଛନ୍ତି ରାହୁଲ। ୧୯୭୧ ଯୁଦ୍ଧରେ ଇନ୍ଦିରା ଗାନ୍ଧୀ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ପଷ୍ଟ କରି କହିଥିଲେ ଯେ, ତାଙ୍କୁ ସେ ଡରନ୍ତିନି। ପ୍ରଧାନମନ୍ତ୍ରୀ ଏମିତି ହୁଅନ୍ତି କହି ମୋଦିଙ୍କୁ କଟାକ୍ଷ କରିଛନ୍ତି ରାହୁଲ। କେବଳ ଏତିକି ନୁହେଁ। ଅମ୍ୱାନୀ ଆଦାନୀଙ୍କ ଲାଗି ରାସ୍ତା ଖୋଜିବାରେ ବ୍ୟସ୍ତ ମୋଦି ବୋଲି ଆରୋପ ଲଦିଛନ୍ତି ରାହୁଲ। ନୋଟବନ୍ଦୀ, ତୃଟିପୂର୍ଣ୍ଣ ଜିଏସଟି ଲାଗୁ ସହ ଟଙ୍କାକରେ ବିହାରର ଜମି ଓ ଧରାବିର ଜମି ଟେକିଦେଲେ ମୋଦି। ଏ ସବୁ ନିଜ ବନ୍ଧୁ ଆଦାନୀ ଓ ଅମ୍ୱାନୀଙ୍କ ଲାଗି କରିଥିବାର ଅଭିଯୋଗ କରିଛନ୍ତି ରାହୁଲ। ଏହା ସହ ମୋଦିଙ୍କ ଉଦେଶ୍ୟରେ କହିଛନ୍ତି, ଭୋଟ୍ ପାଇଁ ମଞ୍ଚରେ ମୋଦି ନାଚିବାକୁ ବି ପଛଘୁଞ୍ଚା ଦେବେନି। ଯାହା କରିବା କଥା, ନିର୍ବାଚନ ପୂର୍ବରୁ କରିଦିଅ ବୋଲି ଜନସଭାକୁ ସମ୍ୱୋଧିତ କରି କଟାକ୍ଷ ଫିଙ୍ଗିଛନ୍ତି ରାହୁଲ। କିନ୍ତୁ ନିର୍ବାଚନ ପରେ ଅମ୍ୱାନୀଙ୍କ ବିବାହ ଉତ୍ସବରେ ଦେଖାଦେବେ ମୋଦି। ସୁଟ୍ ବୁଟ୍‌ ସହ ଦେଖାଦେବେ। ହେଲେ ଚାଷୀ ଓ ଶ୍ରମିକଙ୍କ ପାଖରେ ଦେଖିବାକୁ ମିଳିବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *