ଓ୍ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କୁ ନେଇ ବିବାଦୀୟ ବୟାନ ଦେଲେ ସପା ନେତା ରାମଗୋପାଳ ଯାଦବ। ତାଙ୍କ ଜାତିକୁ ନେଇ ଆକ୍ଷେପ କଲେ ସପାର ରାଷ୍ଟ୍ରୀୟ ମହାସଚିବ ରାମଗୋପାଳ ଯାଦବ। ଆଗରୁ ମଧ୍ୟପ୍ରଦେଶ ବିଜେପିର କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ଧର୍ମକୁ ନେଇ ଆକ୍ଷେପ କରି ସୋଫିଆ ପାକିସ୍ତାନୀ ଆତଙ୍କବାଦୀଙ୍କ ଉଭଣୀ ବୋଲି ଆକ୍ଷେପ କରି ନିନ୍ଦନୀୟ ବୟାନ ଦେଇ ଅଡ଼ୁଆରେ ଫସିଛନ୍ତି। ଜାତି ଜନଗଣନା ନେଇ ଶ୍ରେୟ ନେବାକୁ ରାମଗୋପାଳ ଲାଗିଥିଲା ବେଳେ ଶେଷରେ ସେନାର ମହିଳା ଅଧିକାରୀଙ୍କ ଜାତିକୁ ନେଇ ବି ବିବାଦୀୟ ବୟାନ ଦେବାକୁ ପଛାଇନାହାନ୍ତି। ବ୍ୟୋମିକା ସିଂ ଜାଟବ ଅଟନ୍ତି। ଏୟାରମାର୍ସଲ ଯାଦବ। ଦୁହିଁଙ୍କ ଜାତିକୁ ବରାବର କରି ପାକିସ୍ତାନ ସହ ପିଡିଏ ଯୁଦ୍ଧ ଲଢ଼ିଲା। କିନ୍ତୁ ବିଜେପି ଶ୍ରେୟ ନେଉଛି ବୋଲି କହିଛନ୍ତି ରାମଗୋପାଳ। ଅଖିଳେଶଙ୍କ ଦାଦା ଅଟନ୍ତି ରାମଗୋପାଳ। ଅପରେସନ ସିନ୍ଦୂରକୁ ସାକାର କରିଥିବା ଏୟାରମାର୍ସାଲ ଅଓ୍ୱଧେଶ କୁମାର ଭାରତୀ ଯାଦବ ଅଟନ୍ତି। ଜଣେ ମୁସଲମାନ, ଆଉ ଜଣେ ଜାଟବ୍ ଓ ତୃତୀୟ ଯାଦବ ଅଟନ୍ତି। ଏହି ତିନିଜଣ ପିଡିଏ ଅର୍ଥାତ୍ ଦଳିତ, ପଛୁଆ ଓ ସଂଖ୍ୟାଲଘୁର। ଏହି ଯୁଦ୍ଧ ପିଡିଏ ହିଁ ଲଢ଼ିଛି। ବିଜେପି କେଉଁ ଆଧାରରେ ଶ୍ରେୟ ନେବାକୁ ପ୍ରୟାସ କରୁଛି ବୋଲି କହିଛନ୍ତି ରାମଗୋପାଳ।

Naxatra News is now on Whatsapp
Join and get latest news update delivered to you via whatsapp
Join Now