ବିନା ଦୋଷରେ କର୍ମୀଙ୍କୁ ମାରିଲେ ନାତ। କେବଳ ଫଟୋ ଫ୍ରେମରେ ନିଜେ ରହିବାକୁ ଏମିତି କାମ କରି ଏବେ ନିନ୍ଦିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ। ଶିବସେନା ପ୍ରାର୍ଥୀ ଅର୍ଜୁନ ଖୋଟକରଙ୍କ ସହ ଫଟୋ ଉଠାଉଥିଲା ବେଳେ ଅଚାନକ ଜଣେ ଦଳୀୟ କାର୍ଯ୍ୟକର୍ତ୍ତା ପାଖକୁ ଚାଲିଆସିଲେ। ଆଉ ତାଙ୍କୁ ନାତ ମାରିଥିଲେ ରାଓସାହେବ। ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ନିଜର କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାରର ଭିଡ଼ିଓ ଭାଇରାଲ ପରେ ରାଜନୀତି ବି ତେଜ୍ ଧରିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଓସାହେବଙ୍କ ଏଭଳି ବ୍ୟବହାର ବିବାଦର ନିଆଁ ଲଗାଇଛି। ରାଓସାହେବଙ୍କ ଏହି ଭିଡ଼ିଓ ଯାହାକି ଜୋରଦାର ଭାଇରାଲ ହେବାରେ ଲାଗିଛି। ଫଟୋ ଉଠା ବେଳେ ଜଣେ ଦଳୀୟ କର୍ମୀ ତାଙ୍କ ପାଖରେ ଛିଡ଼ାହେବାକୁ ଚେଷ୍ଟା କରୁଥିଲା ବେଳେ ସେ ତାଙ୍କୁ ନାତ ମାରିଥିଲେ। ଜାଲନାରେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସିନ୍ଧେ ଗୋଷ୍ଠୀର ଶିବସେନା ପ୍ରାର୍ଥୀ ଅର୍ଜୁନ ଖୋଟକରଙ୍କ ସହ ଫଟୋ ପୋଜ୍ ଦେଉଥିଲେ ରାଓସାହେବ। ଠିକ୍ ଏତିକିବେଳେ ଫ୍ରେମରେ ପଶିଆସିଥିଲେ ଜଣେ କର୍ମୀ। ଏହା ଦେଖି ରାଗିଯାଇଥିଲେ ଦାନଭେ ଓ କର୍ମୀଙ୍କୁ ନାତ ମାରିଥିଲେ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଦାନଭେଙ୍କ ଏଭଳି ଆଚରଣକୁ ନେଇ ଚାରିଆଡ଼ୁ ନିନ୍ଦା କରାଯାଇଛି। ଜାଲନା ଲୋକସଭା ସିଟରୁ ଲକ୍ଷାଧିକ ଭୋଟରେ ହାରିଥିବା ଦାନଭେଙ୍କ ଏଯାଏ ଗର୍ବ ଯାଇନି। ଏହା ହିଁ ସୂଚାଉଛି ବିଜେପି କେମିତି ନିଜର ସାଧାରଣ କର୍ମକର୍ତ୍ତାଙ୍କ ପ୍ରତି ବ୍ୟବହାର କରୁଛି। କ୍ଷମତାରେ ଅନ୍ଧ ବିଜେପି ନେତାଙ୍କୁ ଏଥର ମହାରାଷ୍ଟ୍ର ଭୋଟର କଡ଼ା ଜବାବ ଦେବେ। ବିଜେପି କର୍ମକର୍ତ୍ତା ଏଥିରେ ଭାଙ୍ଗିପଡ଼ିଲେଣି। ଏହାର ପ୍ରତିଶୋଧ ଭୋଟରେ ଦେବେ। ବିଜେପିର ଏହାର ସଂସ୍କୃତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now