ବଏଫ୍ରେଣ୍ଡ୍ ଦରକାର କ୍ଲିନ-ସେଭ୍ । ଦାଢ଼ି ନିଶ ବାଲାଙ୍କୁ ରିଜେକ୍ଟ। ଏଭଳି ଅଜବ ଦାବି କରି ରାସ୍ତାରେ ରାଲି କରିଛନ୍ତି ଇନ୍ଦୋରର କିଛି ଝିଅ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ତେବେ ଏଭଳି ନିଆରା ଦାବି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଇନ୍ଦୋରଝିଅ। ଦାଢ଼ି ରଖ ବା କାଟ ତୁମ ପସନ୍ଦ। କିନ୍ତୁ ଦାଢ଼ି ରଖିଲେ ମିଳିବେନି ଗାର୍ଲଫ୍ରେଣ୍ଡ୍। ସେଥିଲାଗି କ୍ଲିନସେଭ୍ ହେବା ଦରକାର। ଦାଢ଼ି ଦରକାର ନା ଗାର୍ଲଫ୍ରେଣ୍ଡ୍। ଇନ୍ଦୋର ସହରର ରାଜରାସ୍ତାରେ ଏଭଳି ଅଜବ ଦାବି କରି ନାରା ଲଗାଇ ରାଲି କରିଥିଲେ ଶତାଧିକ ଝିଅ। ଆଶ୍ଟର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ଏହି ଅଜବ ରାଲି ପଛର ଅସଲ ରହସ୍ୟ ହେଉଛି, ଏହା ଏକ ପ୍ରମୋସନାଲ ଭିଡିଓ। କୌଣସି କମ୍ପାନୀ ନିଜର ପ୍ରଡକ୍ଟକୁ ପ୍ରମୋସନାଲ କରିବା ଉଦ୍ଦେଶ୍ୟରେ ଏଭଳି ଅଜବ ରାଲି ବାହାର କରି ନିଜ ପ୍ରଡକ୍ଟର ପ୍ରମୋସନ କରୁଛି ବୋଲି ଜଣାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now