ସିଙ୍ଗାପୁରରେ ଜଣେ କର୍ମଚାରୀ ଚାକିରୀରୁ ଇସ୍ତଫା ଦେଲା ବେଳେ ଇସ୍ତଫାପତ୍ର ଟଏଲେଟ ପେପରରେ ଲେଖିକି ଦେଇଛନ୍ତି। ଆଶ୍ଚର୍ଯ୍ୟ ହେଲେ ବି ଏହା ସତ। ତେବେ ଏମିତି କରିବା ପଛରେ ସଂପୃକ୍ତ କମ୍ପାନୀର କର୍ମଚାରୀଙ୍କ ପ୍ରତି ବ୍ୟବହାରର ପ୍ରତିବାଦ କରିବାକୁ ଯାଇ ଏଭଳି କରିଛନ୍ତି କର୍ମଚାରୀଜଣକ। ସିଙ୍ଗାପୁରରେ ରହୁଥିବା ଏକ ମହିଳା ଉଦ୍ୟୋଗୀ ଏହାକୁ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି। କମ୍ପାନୀ କର୍ମଚାରୀ ସେଠାରେ ଶୌଚାଳୟ ପେପର ଭାବେ ଅନୁଭବ କରନ୍ତି। ସଂପୃକ୍ତ ମହିଳାଙ୍କ ନାଁ ଆଞ୍ଜେଲା ୟହୋ। କର୍ମସ୍ଥଳରେ କର୍ମଚାରୀଙ୍କୁ କେତେ ମାତ୍ରାରେ ଗୌଣ ସହ କେତେ ହୀନ ଦୃଷ୍ଚିରେ ଦେଖାଯାଏ। ଏହାର ଉଦାହରଣ ଦେବାକୁ ଯାଇ ଆଞ୍ଜେଲା ଏଭଳି ପୋଷ୍ଟ କରିଛନ୍ତି। ଲିଙ୍କଡିନ୍ ପୋଷ୍ଟରେ କମ୍ପାନୀର ନିର୍ଦେଶକ ଭାବେ କାର୍ଯ୍ୟରତ ଥିବା ଆଞ୍ଜେଲା କହିଛନ୍ତି, ସେ ଟଏଲେଟ ପେପର ଭାବେ ଅନୁଭବ କରନ୍ତି।ଲ ଯେତେବେଳେ ଦରକାର, ସେତେବେଳେ ବ୍ୟବହାର ହୁଅନ୍ତି। ଆଉ ଦରକାର ନଥିଲେ ବିନା ଭାବିଚିନ୍ତି ଫୋପାଡ଼ି ଦିଅନ୍ତି। ସେଥିଲାଗି କର୍ମସ୍ଥଳରେ କେମିତି ସଂସ୍କୃତି ରହିବା ଜରୁରୀ, କମ୍ପାନୀମାନେ ଅନୁଭବ କରିବା ଜରୁରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now