ରେଷ୍ଟ ନିଅ ନଚେତ ରିଟାୟାର୍ଡ ନିଅ- ଖଡ଼ଗେ

ଅହମଦାବାଦ ଅଧିବେଶନରେ ବଡ଼ ଘୋଷଣା କରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଦଳୀୟ କର୍ମୀ ଓ ନେତାଙ୍କ ଉଦେଶ୍ୟରେ ବଡ଼ ବାର୍ତ୍ତା ଦେଇଛନ୍ତି। ଯେଉଁ କର୍ମୀ ଓ ନେତା ଦଳରେ ରହି ସହଯୋଗ କରୁନାହାନ୍ତି। ସେମାନଙ୍କୁ ବିଶ୍ରାମ ଜରୁରୀ। ଆଉ ଦାୟିତ୍ୱ ନିର୍ବାହ କରିପାରୁନଥିବା ନେତାଏ ଅବସର ନେଇଯାଆନ୍ତୁ। ଦଳକୁ ମଝଭୁତ୍ କରିବାକୁ ଏଭଳି କଡ଼ା ପଦକ୍ଷେପ ନେବାର ସମୟ ଆସିସାରିଛି ବୋଲି କହିଛନ୍ତି ଖଡ଼ଗେ। ଏହା ସହ ପ୍ରାର୍ଥୀ ଚୟନରେ ଏଣିକି ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଭବିଷ୍ଯତରେ ପ୍ରାର୍ଥୀ ଚୟନରେ ଜିଲ୍ଲା ସଭାପତିଙ୍କ ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରାର୍ଥୀ ଚୟନ ବେଳେ ଜିଲ୍ଲା ସଭାପତିଙ୍କ ଇନପୁଟ୍ ଗୁରୁତ୍ୱପୂର୍ଣ୍ଣ ଅଟେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *