ଆଇଟିବିପି ଜବାନଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ୍ ନଦୀରେ ଖସିପଡ଼ିଲା। ଜମ୍ମ କଶ୍ମୀରର ଗାନ୍ଦେରଓ୍ୱାଲ ଜିଲ୍ଲାରେ ଏଭଳି ଦୁର୍ଘଟଣା ହୋଇଛି। ଜିରପୋରା କୁଲାନ ପୋଲ ତଳକୁ ଖସିପଡ଼ିଥିଲା। ରାତି ବେଳେ ଆଇଟିବିପି ଜବାନ ଏକ ବସ୍ କୁ ଭଡ଼ାରେ ନେଇଥିଲେ। ଏସଡିଆରଏଫ ଜବାନ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି। ପ୍ରବଳ ବର୍ଷାରେ ରେସକ୍ୟୁ ଅପରେସନ ଜାରି ରହିଛି। ବସ୍ ଓଲଟିବା ପରେ କିଛି ଅସ୍ତ୍ରଶସ୍ତ୍ର ଗାଏବ ହୋଇଯାଇଛି। ଆଉ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତଡ଼କେ, ଗାନ୍ଦରଓ୍ୱାଲର ରେଜିନ୍ କୁଲ୍ଲାନରେ ଆଇଟିବିପିର ଜବାନଙ୍କୁ ନେବାକୁ ଖାଲି ବସ୍ ଯାଉଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଅଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now