ସଂସଦରେ ପଚା ମାଛ। ଏହି କଥା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛିନା। ସତରେ କ’ଣ ଏମିତି ସଂସଦ ଭିତରକୁ ପଚା ମାଛ ନେଇ କେହି ଯାଇଛନ୍ତି, ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ। ତେବେ ଏହି କଥାଟି ସମ୍ପୂର୍ଣ୍ଣ ସତ। ସଂସଦ ଭିତରକୁ ଜଣେ ସାଂସଦ ପଚା ମାଛ ନେଇ ଯାଇଥିଲେ।ଆଉ ପଚା ମାଛ ଦେଖାଇ ସଂସଦରେ ନିଜ କଥା ରଖିଥିଲେ।ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ସାଂସଦ ଜଣକ ପଚା ମାଛ ଦେଖାଇବା ବେଳେ ପଛପଟୁ ଶବ୍ଦ ଆସୁଛି କି, ଏହି ମାଛକୁ ଜଲ୍ଦି ବାହାର କର ବୋହୁତ ଦୁର୍ଗନ୍ଧ ହେଉଛି।
ସଂସଦରେ ପଚା ମାଛ: ତେବେ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ। ଯଦିଓ ଏହି ସଂସଦ ଦୃଶ୍ୟଟି ଭାରତର ନୁହେଁ କିନ୍ତୁ ସଂସଦ ଭିତରକୁ ଜଣେ ସାଂସଦ ପଚା ମାଛ ନେଇ ଯିବା ସତ୍ୟ ଘଟଣା। ତେବେ ଏହି ଦୃଶ୍ୟଟି ହେଉଛି ଅଷ୍ଟ୍ରେଲିଆ ସଂସଦର ଦୃଶ୍ୟ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ରାଜନେତା ଜଣକ ପଲିଥିନରେ ପ୍ୟାକ୍ ହୋଇଥିବା ୪-୫ କିଲୋଗ୍ରାମର ଏକ ବଡ଼ ମାଛ ଧରି ସଂସଦରେ ପହଞ୍ଚିଥିଲେ। ବୁଧବାର, ମାର୍ଚ୍ଚ ୨୬ ତାରିଖରେ ଜଣେ ଅଷ୍ଟ୍ରେଲିୟ ସାଂସଦ ଦେଶର ସିନେଟରେ ଏକ ପଚା ସାଲମନ ମାଛକୁ ସଂସଦକୁ ଆଣିଥିଲେ। ପଚା ମାଛ ଦେଖାଇ ନିଆରା ଢ଼ଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଥିଲେ।ସରକାରୀ ଶିଳ୍ପ ମାଛ ଫାର୍ମଗୁଡ଼ିକୁ ପ୍ରଦୂଷିତ କରୁଥିବା ନେଇ ଅଭିଯୋଗ କରିଥିଲେ। ସେ ଦାବି କରିଥିଲେ ଯେ, ସରକାର ଏଭଳି କରିବା ପାଇଁ ସମସ୍ତ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି। ଅଷ୍ଟ୍ରେଲିଆର ପରିବେଶ କର୍ମୀମାନେ ତାସମାନିଆ ଦ୍ୱୀପ ରାଜ୍ୟରେ ଥିବା ସାଲମନ ମାଛ ଫାର୍ମ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହି ଫାର୍ମଗୁଡିକ ଅଳିଆ ଏବଂ ମାଛ ଚାଷର ଅଳିଆ ପକାଇ ଜଳପଥକୁ ଅବରୋଧ କରୁଥିବା ଅଭିଯୋଗ ହୋଇଛି।
ଗ୍ରୀନ୍ସ ସିନେଟର ସାରା ହାନସନ-ୟଙ୍ଗ କହିଛନ୍ତି ଯେ, ସେ ଏପରି ଏକ ସରକାରଙ୍କର କାର୍ଯ୍ୟଧାରା ଉପରେ ବିରକ୍ତ ହୋଇସାରିଛନ୍ତି। ସରକାର ଅଧିକ କଠୋର ପରିବେଶଗତ ମାନଦଣ୍ଡ ପ୍ରଚଳନ କରିବାକୁ ମନା କରିଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now