ଓଟିଟି ପ୍ଲାଟଫର୍ମରେ ହାଉସ ଆରେଷ୍ଟ ସୋରେ ଅଶ୍ଳୀଳତା ସୀମା ପାର୍ କରିନେଲା। ଏହି ସୋ କୁ ଅଜାଜ ଖାନ୍ ହୋଷ୍ଟ କରୁଛନ୍ତି। ଏହି ସୋ ରେ ଶାରୀରିକ ସମ୍ପର୍କ ବେଳେ କେମିତି ପୋଜିସନ ନେବ। ଝିଅଙ୍କ ଅନ୍ତବସ୍ତ୍ର କାଢ଼ିବାରୁ ନେଇ ବିଭିନ୍ନ ଅଶ୍ଲୀଳ ଭଙ୍ଗି କରାଯାଉଛି। ଏଭଳି ସୋ ସମାଜରେ ଅଶ୍ଲିଳତାକୁ ପ୍ରୋତ୍ସାହିତ କରୁଛି ବୋଲି ଆରୋପ ଲଦି ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ଅନେକ ଟ୍ୱିଟ୍ କରି ଆକ୍ସନ ଲାଗି ଦାବି କଲେଣି। ୟୁଟ୍ୟୁବରେ ଏଭଳି ସୋ ପ୍ରସାରିତ ଦ୍ୱାରା ସମାଜ ଓ ଭାରତୀୟ ସଂସ୍କୃତିର ପ୍ରଭୂତ କ୍ଷତି ହେଉଥିବା ଦର୍ଶାଯାଇଛି। ତୁରନ୍ତ ଏହି ସୋ କୁ ପବ୍ଲିକ ପ୍ଲାଟଫର୍ମରୁ ହଟାଇବା ସହ ଏହା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଭାରତ ସରକାର କାହିଁକି ଏହାକୁ ବ୍ୟାନ୍ କରୁନାହାନ୍ତି ବୋଲି ଆପତ୍ତି ଉଠିଛି। ରିଅଲିଟି ସୋ ଆଳରେ ଏହା ସଫ୍ଟ ପର୍ଣ୍ଣକୁ ପ୍ରମୋଟ କରୁଛି। ଓଟିଟି ପ୍ଲାଟଫର୍ମର ଉଲୁରେ ଏହାର ପ୍ରସାରିତ ଏକ ଭିଡ଼ିଓ ଭାଇରାଲ ପରେ ସବୁଠି ସମାଲୋଚନା ଜାରି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now