ସୋନୁ ନିଗମ କନସର୍ଟରେ ପଥର ମାଡ଼, ପରେ ଏମିତି କହିଲେ ସୋନୁ

ବଲିଉଡ଼ର ପ୍ରସିଦ୍ଧ ସିଙ୍ଗର ସୋନୁ ନିଗମ ନିଜ କନସର୍ଟକୁ ନେଇ ଚର୍ଚ୍ଚାରେ । ନିକଟରେ ହୋଇଥିବା ତାଙ୍କ କନସର୍ଟ ସମୟରେ ଲୋକେ ଅସମ୍ଭାଳ ହୋଇଗଲେ । ସେ ସୋନୁ ନିଗମଙ୍କ ଉପରେ ପଥର, ବୋତଲ ଫୋପାଡ଼ିଥିଲେ । ପରେ ସୋନୁ ଏହା ଉପରେ ରିଆକ୍ଟ କରିଥିଲେ ଏବଂ ଲୋକଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ ।ଦିଲ୍ଲୀର ଟେକ୍ନୋଲଜୀ ୟୁନିଭର୍ସିଟିର Engifest ରେ ସୋନୁ ନିଗମ ରବିବାର ପରଫର୍ମାନ୍ସ କରୁଥିଲେ । ଏହି ସମୟରେ ଭିଡ଼ରୁ ଲୋକେ ପଥର ଏବଂ ବୋତଲ ଫୋପାଡ଼ିଥିଲେ । ଏହା ଦେଖି ସୋନୁ ନିଗମ ପରଫର୍ମାନ୍ସ ଅଧାରେ ରଖିଥିଲେ ଏବଂ ଦର୍ଶକଙ୍କୁ ରିଆକ୍ଟ କରିଥିଲେ ଏଭଳି ଆକ୍ଶନ କରୁନ୍ତ ନାହିଁ । ଶୋରେ କେହି ଜଣେ ହେୟାରବ୍ୟାଣ୍ଡ ଫୋପାଡ଼ିଥିଲେ ତ ସୋନୁ ତାକୁ ନିଜ ମଥାରେ ଲଗାଇ ଦେଇଥିଲେ । ସୋନୁ ଲୋକଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ଯେତେବେଳେ ମାମଲା ଆହୁରି ବିଗିଡ଼ିବାକୁ ଲାଗିଲା ତ ସେ ଲୋକଙ୍କୁ ରିକ୍ବେଷ୍ଟ କରିଥିଲେ ।

ପରେ ସୋନୁ କହିଥିଲେ କି,‘ ମୁଁ ଆପଣଙ୍କ ଲାଗି ଆସିଛି ଏଠାରେ ଆମେ ସବୁ ବହୁତ ଭଲ ସମୟ ବିତାଇପାରିବା । ମୁଁ ଆପଣଙ୍କୁ ଉପଭୋଗ କରିବାକୁ ମନା କରୁନାହିଁ କିନ୍ତୁ ଏଭଳି କରନ୍ତୁ ନାହିଁ ’।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *