ଦୁଇ ଦିବ୍ୟାଙ୍ଗ ଝିଅଙ୍କ ଲାଗି ଘର ଖୋଜି ନୟାନ୍ତ ହେଲେଣି ପୂର୍ବତନ ପ୍ରଧାନବିଚାରପତି

ଏପ୍ରିଲ ୩୦ ସୁଦ୍ଧା ନିଜ ସରକାରୀ ବଙ୍ଗଳା ଛାଡ଼ିବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼। ସେଥିଲାଗି ତା ଆଗରୁ ଦିଲ୍ଲୀରେ ଏକ ଘର ଖୋଜି ନୟାନ୍ତ ହୋଇସାରିଲେଣି ପୂର୍ବତନ ସିଜେଆଇ। ଏ କଥା ନିଜେ କହିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼। କାରଣ ତାଙ୍କର ଦୁଇଟି ଦିବ୍ୟାଙ୍ଗ ଝିଅ ଅଛନ୍ତି। ସେମାନଙ୍କୁ ନିର୍ଦ୍ଦିଷ୍ଟ ଯତ୍ନ ଦରକାର। କିନ୍ତୁ ଦିଲ୍ଲୀରେ ଏମିତି ଏକ ଘର ସେ ଖୋଜି ପାଉନାହାନ୍ତି। ଯେଉଁଠି ତାଙ୍କ ଦୁଇ ଝିଅଙ୍କ ସ୍ୱତନ୍ତ୍ର ଯତ୍ନ ମିଳିବ। ସର୍ବସାଧାରଣ ଜାଗାରେ ସମାନ ସ୍ଥିତି। ଦୀର୍ଘ ସମୟ ଧରି ଆମ ସମାଜ ଦିବ୍ୟାଙ୍ଗଙ୍କୁ ଏଭଳି ଏକ ନଜରରେ ଦେଖିଆସୁଛି। ଅଜ୍ଞତା, ଅବହେଳା କାରଣରୁ ଏଭଳି ଦିବ୍ୟାଙ୍ଗ ଅନେକ ସମୟରେ ଚାପଗ୍ରସ୍ତ ହୋଇପଡ଼ୁଛନ୍ତି। ମିଶନ ଆସେସିବିଲିଟି ଦ୍ୱାରା ଆୟୋଜିତ ଡିସଆବିଲିଟି ରାଇଟ୍ସ ଆଣ୍ଡ ବେୟଣ୍ଡ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତବ୍ୟକ୍ତ କରି ନିଜ ଘରର ଉଦାହରଣ ସମସ୍ତଙ୍କ ଆଗରେ ରଖିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ତାଙ୍କ ପତ୍ନୀ କଳ୍ପନା ଦାସ ଦୁଇଟି ଝିଅଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। ପ୍ରିୟଙ୍କା ଓ ମାହି। ତେବେ ଦୁଇ ଝିଅ ନେମାଲିନ୍ ମାୟୋପାଥି ନାମକ ରୋଗରେ ପୀଡ଼ିତ। ଜଷ୍ଟିସ ଚନ୍ଦ୍ରଚୂଡ଼ ସର୍ବସାଧାରଣରେ କେମିତି ତାଙ୍କ ପରିବାର ଏଭଳି ଜେନେଟିକ୍ ସ୍ଥିତି ଲାଗି ବେଶ୍ ଚ୍ଯାଲେଞ୍ଜର ସମୁଖୀନ ହେଉଛନ୍ତି, ତାହାର ଅବତାରଣା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *