ପ୍ରେମ ପାଇଁ ଝୁଲିପଡ଼ିଲେ ଗଛରେ। ୫ ସନ୍ତାନର ମାଆ ସ୍ୱପ୍ନା ନିଜ ପ୍ରେମିକ ମନୀଷ ସହ ଏକାଠି ଫାଶୀ ଦେଇ ଆତ୍ମହତ୍ୟା କରିଦେଇଛନ୍ତି। ୟୁପିର ବୁଲନ୍ଦସହରରେ ଲଭ ଷ୍ଟୋରୀର ଏମିତି କରୁଣ ପରିଣତି ଦେଖିବାକୁ ମିଳିଛି। ୩୫ ବର୍ଷୀୟା ସ୍ୱପ୍ନା ସହ ୨୫ ବର୍ଷୀୟ ଅବିବାହିତ ଯୁବକ ମନୀଷଙ୍କ ପ୍ରେମ ସମ୍ପର୍କ ଥିଲା। ସ୍ୱପ୍ନାର ସ୍ୱାମୀ ବଚୁ ଏହାକୁ ବିରୋଧ କରିଥିଲେ। ସ୍ୱପ୍ନା ସହ ମନୀଷଙ୍କୁ ଭେଟିବାକୁ ଦେଉନଥିଲେ। ଏପରିକି ସ୍ୱପ୍ନାକୁ ଘରୁ ବାହାର କରିବାକୁ ଦେଉନଥିଲେ। ଦୁଇ ପ୍ରେମୀ ପରସ୍ପରକୁ ଭେଟି ନ ପାରିବାରୁ ଜୀବନ ରଖି ଲାଭ କଅଣ ଭାବି ଆମ୍ୱ ଗଛରେ ଏକାସାଙ୍ଗରେ ଓଢ଼ଣୀ ଦେଇ ଝୁଲିପଡ଼ିଛନ୍ତି। ସୁଇସାଇଡ୍ ନୋଟରେ ସବୁ କଥା ଲେଖି ଆତ୍ମହତ୍ୟା କରିଦେଇଛନ୍ତି। ସ୍ୱପ୍ନା ସହ ଜୀବନ ଜିଇଁବାର ଆଶା ଏମିତି ଅଧାରେ ରହିଗଲା। ବିଘେପୁର ଗାଁର ଘଟଣା। ମନୀଷର ପକେଟରୁ ସୁଇସାଇଡ୍ ନୋଟ୍ ଜବତ କରିଛି ପୁଲିସ। ଶବ ବ୍ୟବଛେଦ କରି ତଦନ୍ତ ଜାରି ରଖିଛି ପୁଲିସ। ୧୪ ବର୍ଷ ବୟସରେ ସ୍ୱପ୍ନାଙ୍କ ବିବାହ ହୋଇଥିଲା। ଗଲା ୪ ବର୍ଷ ହେଲା ସ୍ୱପ୍ନା ଓ ମନୀଷଙ୍କ ଭିତରେ ପ୍ରେମସମ୍ପର୍କ ରହିଥିଲା। ସ୍ୱପ୍ନାଙ୍କ ସ୍ୱାମୀ ମଜଦୁରି କରନ୍ତି। ମନୀଷ ବି ମଜଦୁର୍ ଭାବେ କାମ କରୁଥିଲେ। ଦୁହିଁଙ୍କ ଭିତରେ ଚାଲିଥିବା ପ୍ରେମସମ୍ପର୍କ ବାବଦରେ ବଚୁଙ୍କୁ ଜଣାପଡ଼ିବା ପରେ ଏହାକୁ ସେ ବିରୋଧ କରିଥିଲେ। ସ୍ୱପ୍ନାଙ୍କ ୫ ଟି ସନ୍ତାନରୁ ୪ଟି ଝିଅ ଓ ଜଣେ ପୁଅ ଅଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now