ବହୁ ଅପେକ୍ଷାର ଘଟିଲା ଅନ୍ତ । ୯ ମାସ ପରେ ପୃଥିବୀକୁ ଫେରିଲେ ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସହ ଦୁଇ ମହାକାଶଚାରୀ ।ଭାରତୀୟ ସମୟ ଭୋର ୩ଟା୨୭ରେ ସଫଳ ଅବତରଣ କଲା ଡ୍ରାଗନ କ୍ୟାପସୁଲ । ପୃଥିବୀରେ ପାଦ ଦେବା ପରେ ସୁନ୍ଦର ସ୍ମାଇଲ ଦେଇଥିଲେ ମହିଳା ଆଷ୍ଟ୍ରୋନଟ୍ । ଦୀର୍ଘଦିନ ପରେ ସହକର୍ମୀ ବୈଜ୍ଞାନିକଙ୍କୁ ଦେଖି ଖୁସି ବିଭୋର କରିଥିଲେ ସୁନିତା । ଏହାପରେ ତାଙ୍କୁ କ୍ୟାପସୁଲରୁ ବାହାର କରି ଷ୍ଟେଚରରେ ଏକ ସ୍ବତନ୍ତ୍ର ସ୍ଥାନକୁ ସ୍ଥାନନ୍ତର କରାଯାଇଥିଲା । ପରେ ତାଙ୍କୁ ଡାକ୍ତରୀ ପରିକ୍ଷା ପାଇଁ ନିଆଯାଇଛି ।
ସାରା ବିଶ୍ବରେ ଏବେ ଗୋଟିଏ ନାଁ -ସୁନିତା ୱିଲିୟମ୍ସ ।ଦୀର୍ଘ ୯ ମାସ ପରେ ମହାକାଶରୁ ଫେରବା ପରେ ଏବେ ସବୁଠି ପ୍ରଶଂସା,ସ୍ବାଗତ ଓ ଚର୍ଚ୍ଚା ,ଆଲୋଚନା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି ।ଯେଉଁଥିରେ ସେ ସୁନିତାଙ୍କୁ ଭାରତର ଭଲ ଝିଅ କହି ତାଙ୍କ ସହ ନିଜର ଗଭୀର ସମ୍ପର୍କର କଥା କହିଛନ୍ତି । ଏବଂ ଭାରତର ଲୋକମାନେ ଆପଣଙ୍କ ସୁସ୍ଥତା ଏବଂ ମିଶନର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି ।ସେପଟେ ସୁନିତା ୱିଲିୟମସ୍ସ ଏବଂ ୱିଲମୋର ଫେରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ ଯୋଗେ ଲେଖିଛନ୍ତି ଯେ ଯାହା ପ୍ରତିଜ୍ଞା କରାଯାଇଥିଲା ତାହା ପାଳନ କରାଗଲା । ୯ ମାସ ପାଇଁ ମହାକାଶରେ ଫସିଥିବା ମହାକାଶଚାରୀଙ୍କୁ ବଞ୍ଚାଇବାକୁ ପ୍ରତିଶୃତି ଦେଇଥିଲେ । ଆଜି ସେମାନେ ପୃଥିବୀରେ ସୁରକ୍ଷିତ ବତରଣ କରିଛନ୍ତି ।ସେଥିପାଇଁ ଏଲନ ମକ୍ସ,ସ୍ପେସ ଏକ୍ସ ଏବଂ ନାସାକୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ ।
ସୁନିତା ଫେରିବା ନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି । ସୁନିତାଙ୍କ ପୌତୃକ ଗାଁ ଗୁଜୁରାଟର ଝୁଲାସାନରେ , ଲୋକମାନେ ବାଣ ଫୁଟାଇ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି । ଫ୍ଲୋରିଡା ଉପକୂଳ ସମୁଦ୍ରରେ ଅବତରଣ ପରେ ,ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ବାହାରକୁ ଆସିବା ମାତ୍ରେ ଲୋକମାନେ ଆନନ୍ଦରେ ନାଚିବା ଆରମ୍ଭ କରିଥିଲେ । ତେବେ ସୁନାତାଙ୍କ ନିରାପଦ ଫେରିବା ପରେ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now