ଆନ୍ଦୋଳନରତ ଡାକ୍ତରଙ୍କ ଡ୍ୟୁଟି ରେଗୁଲାରାଇଜ୍ କର- ସୁପ୍ରିମକୋର୍ଟ

ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଆନ୍ଦୋଳନରତ ଡାକ୍ତର ଯେଉଁମାନେ ଚାକିରୀ କ୍ଷେତ୍ରକୁ ଫେରିଆସିଥିଲ, ସେମାନଙ୍କ ଡ୍ୟୁଟି ରେଗୁଲାରାଇଜ୍ ହେବ। ଅଗଷ୍ଟ ୨୨ ପରେ ଯେଉଁମାନେ ଆନ୍ଦୋଳନ ଛାଡ଼ି ଡ୍ୟୁଟିରେ ଜଏନ କରିଥିଲେ, ସେମାନେ ଡ୍ୟୁଟିରେ ଅନୁପସ୍ଥିତ ବୋଲି ଧରାଯିବନି। ପ୍ରଧାନ ବିଚାରପତି ଏଭଳି ରାୟ ଦେଇଛନ୍ତି। ପଣ୍ଡିଚେରୀର ଏସଜି ଜଓ୍ୱାହାରଲାଲ ଇନଷ୍ଟିଚ୍ୟୁଟ ସମେତ କିଛି ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ଛୁଟି ଭାବେ ଧରିଛନ୍ତି। ସେଥିଲାଗି ଦିଲ୍ଲୀ ଏମ୍ସ ସମେତ ଅନେକ ହସ୍ପିଟାଲକୁ ନିର୍ଦେଶ ଦେଇଛନ୍ତି ଯେ, ଏଭଳି ଡାକ୍ତରଙ୍କୁ ହଇରାଣ କରାନଯାଉ। ଡାକ୍ତରଙ୍କ ଆନ୍ଦୋଳନରୁ ରୋଗୀ ସେବା ବ୍ୟାହତ ହୋଇଥିଲା। ଆଉ ଚାରିଆଡ଼େ ଆନ୍ଦୋଳନର ନିଆଁ ବ୍ୟାପିବାରୁ ଏହାର ସମର୍ଥନରେ ମେଡିକାଲ ପ୍ରଫେସନାଲରେ ଥିବା ବ୍ୟକ୍ତିବିଶେଷ କାର୍ଯ୍ୟରେ ଯୋଗ ନ ଦେଇ ଅନୁପସ୍ଥିତ ରହିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *