ପ୍ରଖ୍ୟାତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ୨୩ ଡିସେମ୍ବର ୨୦୨୪ରେ ପରଲୋକ ଘଟିଛି। ସେ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ୩୦ରେ ତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘଦିନ ଧରି ବେନେଗଲ କିଡନୀ ସମସ୍ୟାରେ ପୀଡିତ ଥିଲେ। ତେବେ ଶ୍ୟାମ ବେନେଗଲଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି ତାଙ୍କ ଝିଅ ପିୟା ବେନେଗଲ।ସେ ବହୁ ସମୟରୁ ଅସୁସ୍ଥ ଥିବା ସତ୍ତ୍ୱେ କର୍ମ କ୍ଷେତ୍ରରୁ ଅଲଗା ହୋଇନାହାନ୍ତି। ଲଗାତାର ସେ ନୂଆ ପ୍ରୋଜେକ୍ଟରେ କାମ କରିଆସିଛନ୍ତି। ୧୪ ଡିସେମ୍ବର ୧୯୩୪ ମସିହାରେ ଶ୍ୟାମ ବେନେଗଲ ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୯୧ରେ ପଦ୍ମ ଭୂଷଣ ମଧ୍ୟ ମିଳିଥିଲା। ଶେଷରେ ୨୦୦୫ ମସିହାରେ ସର୍ବୋଚ୍ଚ ଫିଲ୍ମ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡ ଶ୍ୟାମ ବେନେଗଲଙ୍କୁ ପ୍ରଦାନ କରାଯାଇଥିଲା।ଶ୍ୟାମ ବେନେଗଲଙ୍କ କାହାଣୀ ସତ୍ୟ ପ୍ରସଙ୍ଗ ଉପରେ ଆଧାରିତ। ଏହା ସମାଜକୁ ଶିକ୍ଷା ଏବଂ ଆହ୍ୱାନ ଦେବାକୁ ପ୍ରଚେଷ୍ଟା କରିଥାଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now