ତାମିଲନାଡ଼ୁ ରାଜ୍ୟପାଳ ରାଜ୍ୟ ସରକାର ପଠାଇଥିବା ବିଲ୍ କୁ ପକାଇରଖିବା ଥିଲା ବେଆଇନ୍, ଅସାମ୍ୱିଧାନିକ। ଯେଉଁ ୧୦ଟି ବିଲ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବାକୁ ଅପେକ୍ଷାରେ ଥିଲା। ସେ ସବୁ ବିଲକୁ ଅଯଥାରେ ରାଜ୍ୟପାଳ ନିଜ ପାଖରେ ରଖିବା ଥିଲା ବେଆଇନ୍ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟପାଳଙ୍କ ସ୍ୱେଛାଚାରିତା ଚାଲିବନି। ଯେଉଁଦିନ ରାଜ୍ୟ ସରକାର ପୁନର୍ବାର ବିଲ୍ ଗୁଡ଼ିକି ପଠାଇଥିଲେ। ସେ ଦିନ ହିଁ ରାଜ୍ୟପାଳ ଏହାକୁ ସମ୍ମତି ଦେବାର ଥିଲା। ଜଷ୍ଟିସ ପର୍ଦ୍ଦିଓ୍ୱାଲା କହିଛନ୍ତି- ଯଦି ବିଲ୍ରେ ଅସହମତି ଥିଲେ କି ରାଷ୍ଟ୍ରପତିଙ୍କ ପାଖକୁ ପଠାଇବାର ଥିଲା। ତେବେ ମାସକ ଭିତରେ ଏ ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନେଇଥାଆନ୍ତେ। ରାଜ୍ୟପାଳ ରାଜ୍ୟ ସରକାରଙ୍କ ପରାମର୍ଶରେ କାମ କରିବା ନିୟମ ରହିଛି। ଏଥିରେ ବ୍ୟତିକ୍ରମ କାହିଁକି ହେଲା। ବିଧାନସଭାରେ ପାରିତ ବିଧେୟକ ଉପରେ ରାଜ୍ୟପାଳଙ୍କ ସହମତି ନଥିଲେ, ଏ ନିଷ୍ପତ୍ତି ବି ୩ ମାସ ଭିତରେ ନେବା ଦରକାର। ସମ୍ୱିଧାନର ଧାରା ୨୦୦ ଅନୁସାରେ, ରାଜ୍ୟପାଳ ନିଜର ସ୍ୱତନ୍ତ୍ର କ୍ଷମତା କି ବିବେକାଧିକାରକୁ ପ୍ରୟୋଗ କରିପାରିବେନି। ରାଜ୍ୟ ମନ୍ତ୍ରିମଣ୍ଡଳର ପରାମର୍ଶ ଓ ସହଯୋଗ ଅନୁସାରେ ରାଜ୍ୟପାଳ କାମ କରିବାକୁ ବାଧ୍ୟ ବୋଲି କହିଛନ୍ତି ଜଷ୍ଟିସ ପର୍ଦ୍ଦିଓ୍ୱାଲା। ରାଜ୍ୟପାଳ ସବୁବେଳେ ସତର୍କ ରହିବା ଦରକାର। କୌଣସି ରୋଡବ୍ଲକ୍ ପାଇଁ ଚେଷ୍ଟା କରନ୍ତୁନି। ତାମିଲନାଡୁ ସରକାରଙ୍କ ଓକିଲ ରାକେଶ ଦ୍ୱିବେଦୀ କହିଛନ୍ତି, ରାଜ୍ୟପାଳଙ୍କ କ୍ଷମତା କଅଣ ଆଉ ଏହା କେତେଦୂର ଯାଏଁ ସୀମିତ, ତାକୁ ଦର୍ଶାଇଛନ୍ତି ଅଦାଲତ। ରାଜ୍ୟପାଳ କୌଣସି ବିଧେୟକକୁ ରୋକିପାରିବେନି। କି କୌଣସି ବିଧେୟକ ଉପରେ ଭିଟୋ କରିପାରିବେନି। ରାଜ୍ୟପାଳ ବିଲ୍କୁ ଅନୁମତି ଦେବେ ନଚେତ୍ ବିଲ କୁ ରାଷ୍ଟ୍ରପତିଙ୍କ ପାଖକୁ ବିଚାର ଲାଗି ପଠାଇପାରିବେ। କିନ୍ତୁ ରାଷ୍ଟ୍ରପତିଙ୍କ ପାଖକୁ ଦ୍ୱିତୀୟ ଥର ପଠାଇବି କହିକି ବିଲ୍କୁ ରୋକିପାରିବେନି। ଦ୍ୱିତୀୟ ଥର ବିଲ୍କୁ ମଞ୍ଜୁରୀ ଦେବାକୁ ବାଧ୍ୟ। କେବଳ ଦ୍ୱିତୀୟ ବିଲ୍ ପ୍ରଥମ ବିଲ୍ରୁ ଅଲଗା ହେବା ଦରକାର। ରାଜ୍ୟପାଳ ଆର.ଏନ.ରବିଙ୍କ ଏଭଳି କାର୍ଯ୍ୟକଳାପକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଆଉ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଐତିହାସିକ ବୋଲି କହିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍। ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ଅଧିକାରକୁ ନେଇ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରାଜ୍ୟପାଳ ଆର.ଏନ.ରବି ଯେଉଁ ୧୦ଟି ବିଲକୁ ଦୀର୍ଘ ଦିନ ଧରି ପକାଇରଖିଥିଲେ, ତାହା କେମିତି ଥିବା ଅସାମ୍ୱିଧାନିକ, ତାକୁ ଦର୍ଶାଇଛନ୍ତି ଅଦାଲତ। ରାଜ୍ୟପାଳଙ୍କ ପକ୍ଷରୁ ୧୦ଟି ବିଧେୟକକୁ ରାଷ୍ଚ୍ରପତିଙ୍କ ବିଚାର ପାଇଁ ସଂରକ୍ଷିତ କରିବାର ଆଳ ଅବୈଧ, ମନମାନି ବୋଲି କହିଛନ୍ତି ଅଦାଲତ। ତାମିଲନାଡ଼ୁ ସରକାର କୋର୍ଟର ଦ୍ୱାରସ୍ଥ ହୋଇ ଯୁକ୍ତି ବାଢ଼ିଥିଲେ ଯେ, ରାଜ୍ୟପାଳ ୧୦ଟି ବିଲ୍ ଉପରେ ଅନିଶ୍ଚିତ କାଳ ପାଇଁ ମଞ୍ଜୁରୀ ଦେଉନାହାନ୍ତି। ଏହା ରାଜ୍ୟର ବିକାଶରେ ବାଧକ ସାଜୁଛି। ଏଭଳି ସ୍ଥିତିରେ ନ୍ୟାୟପାଳିକା ହସ୍ତକ୍ଷେପ କରନ୍ତୁ ବୋଲି ନିବେଦନ କରିଥିଲେ ଷ୍ଟାଲିନ୍ ସରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now