ପାଟନା ପ୍ଲାଟଫର୍ମରେ ହାଇଡ୍ରାମା। ନିଖୋଜ ପତ୍ନୀଙ୍କୁ ଖୋଜୁଥିଲେ ସିଆରପିଏଫ ଜଓ୍ୱାନ। ପତ୍ନୀ ବିହାର ପୁଲିସରେ କାର୍ଯ୍ୟରତ କର୍ମଚାରୀ। ଆଉ ଅଚାନକ ପତ୍ନୀଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପାଟନା ଜଙ୍କସନ୍ ୯ ନମ୍ୱର ପ୍ଲାଟଫର୍ମରେ ଦେଖି ହଙ୍ଗାମା କରିଥିଲେ ସିଆରପିଏଫ ଜଓ୍ୱାନ। ଏହାକୁ ନେଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ସଂପୃକ୍ତ ମହିଳା ଜଣକ ପର ପୁରୁଷ ସହ କଅଣ କରୁଛନ୍ତି, ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇପାରିଲେନି ଜଓ୍ୱାନ। ଆଉ ଏତିକିବେଳେ ପୁରୁଷ ବନ୍ଧୁ ଜଣକ ମଉକା ଦେଖି ସ୍ଥାନ ଛାଡ଼ି ପଳାଇଥିଲେ। ପ୍ଲାଟଫର୍ମରେ ଏହି ଦମ୍ପତ୍ତିଙ୍କ ଝଗଡ଼ାରୁ ଏମିତି ସ୍ଥିତି ଉପୁଜିଥିଲା ଯେ, ବାଧ୍ୟ ହୋଇ ଏମର୍ଜେନ୍ସି ସର୍ଭିସକୁ ସମାଧାନ ସହ ଭିଡ଼ ରୋକିବାକୁ ଡାକିବାକୁ ପଡିଥିଲା।
ହେଲେ ସଂପୃକ୍ତ ଘଟଣାରୁ ଯାହା ଜଣା ପଡୁଛି ପତ୍ନୀ ଜଣଙ୍କ ଅନ୍ୟ ପୁରୁଷ ବନ୍ଧୁ ସହ ଆଫେୟାର ଚଲେଇଥିଲେ। ଏବଂ ତାହା ଜୱାନ ଜଣଙ୍କ ଜାଣିପାରିଥିଲେ। ପତ୍ନୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁ ସହ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ରେଲୱ ଷ୍ଟେସନ ରେ ଜୱାନ ଜଣଙ୍କ ତାଙ୍କୁ ରେଡ ହ୍ୟାଣ୍ଡେଡ୍ ଧରିଥିଲେ। ଏବଂ ସେଠାରେ ପତି,ପତ୍ନୀ ଓ ପୁରୁଷ ବନ୍ଧୁଙ୍କ ମଧ୍ୟରେ ବଡଧରଣର ଯୁକ୍ତିତର୍କ ହୋଇଥିଲା। ଯାହାଫଳରେ ଲୋକଙ୍କ ଭିଡ ଜମିଥିଲା। ଏହି ସବୁ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଯାହା କି ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now