ଦି ଓ୍ୱେୟାର ଓ୍ୱେବସାଇଟ୍ ଭାରତରେ ବ୍ଲକ୍

ଓ୍ୱାର୍ ବେଳେ ଦି ଓ୍ୱେୟାର ନ୍ୟୁଜ ପୋର୍ଟାଲକୁ ବ୍ୟାନ୍ କରିଛନ୍ତି ଭାରତ ସରକାର। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ବାରମ୍ୱାର ତାଗିଦ୍ ସତ୍ତ୍ୱେ ମାନିନଥିଲା ଏହି ନ୍ୟୁଜ ପୋର୍ଟାଲ୍। କରନ ଥାପର ଲାଇଭ ଇଣ୍ଟରଭ୍ଯୁରେ ପାକିସ୍ତାନର ପ୍ରାୟୋଜିତ ମାଉଥପିସ୍ କୁହାଯାଉଥିବା ନଜାମ ସେଠୀଙ୍କୁ ବସାଇ ଭାରତ ବିରୋଧୀ କଥା କହିବାକୁ ସୁଯୋଗ ଦେଇଥିଲେ। ନଜାମ ସେଠୀ ଇଣ୍ଟରଭ୍ୟୁରେ କହିଥିଲେ, ପାକିସ୍ତାନରେ କୌଣସି ଆତଙ୍କବାଦୀ କି ଆତଙ୍କି କ୍ୟାମ୍ପ୍ ନାହିଁ। ପାଲଟା ଭାରତ ଆତଙ୍କବାଦକୁ ଫଣ୍ଡିଂ କରୁଥିବା କହିଥିଲେ। ଏହା ସହ ସାଧାରଣ ନାଗରିକ, ମସଜିଦକୁ ଆଟାକ କରିଥିଲା ଭାରତ ସେନା। ପାକିସ୍ତାନ ବି ୫ଟି ଇଣ୍ଡିଆନ ଜେଟକୁ ମାରି ତଳେ ପକାଇଦେଇଥିବା କଥା କହିଥିଲେ ସେଠୀ। ଏଭଳି ମିଛ କଥାକୁ କଡ଼ା ଢଙ୍ଗରେ କାଉଣ୍ଟର କରିବା ବଦଳରେ ବନ୍ଧୁତ୍ୱର ଛଦ୍ମବେଶୀ ଆଳରେ ଏଭଳି ତଥ୍ୟ ସନ୍ଦେହଜନକ କହି ହାଲୁକା ଢଙ୍ଗରେ ନେଇଥିଲେ ଥାପର। ଦି ଓ୍ୱେୟାର ଡଟ୍ ଇନ୍ ଲଗାତାର ମିଛ ଖବର ସହ ଭାରତ ବିରୋଧୀ ଖବର ପ୍ରସାରଣ କରି ଆସୁଥିଲା। ସେଥିଲାଗି ଏଭଳି ବ୍ୟାନ ଉଚିତ୍ ବୋଲି ଅନେକ ୟୁଜର୍ସ କହିଛନ୍ତି। ଓ୍ୱେବସାଇଟକୁ ବ୍ଲକ କରିବା ପରେ ଦି ଓ୍ୱେୟାର ପ୍ରତିକ୍ରିୟାରେ କହିଛି, ଏହା ପ୍ରେସ୍ ସ୍ୱାଧୀନତା ଉପରେ ସିଧା ଆକ୍ରମଣ। ଏଭଳି ମନମାନି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନେବ ସଂସ୍ଥା। ଭାରତକୁ ଯେଉଁ ସମୟରେ ସତ, ନିରପେକ୍ଷ, ବିବେକପୂର୍ଣ୍ଣ ଓ ଦାୟିତ୍ୱବାନ୍ ସ୍ୱରର ସବୁଠୁ ଅଧିକ ଆବଶ୍ୟକତା ରହିଛି। ସେତିକିବେଳେ ଏଭଳି ବ୍ୟାନ୍ କେତେଦୂର ଗ୍ରହଣୀୟ। ଏହି ସଂସ୍ଥା ଏକ ଅଣଲାଭଜନକ, ସ୍ୱତନ୍ତ୍ର ସମାଚାର ପୋର୍ଟାଲ୍ ଅଟେ। ଯିଏ ଅଧିକାଂଶ ସମୟ ସରକାରୀ ନୀତିର ଆଲୋଚନା କରିଥାଏ। ଏହି ଓ୍ୱେବସାଇଟ ବିରୁଦ୍ଧରେ ଅନେକ ମାନହାନି ମକଦ୍ଦମା ଦାଏର ହୋଇଛି। ତା ସତ୍ତ୍ୱ ଏହା ନିଜର ସମ୍ପାଦକୀୟ ସ୍ୱତନ୍ତ୍ରତା ବଜାୟ ରଖିଛି। ଦି ଓ୍ୱେୟାରର ସଂସ୍ଥାପକ ସମ୍ପାଦକ ସିଦ୍ଧାର୍ଥ ବରଦରଜାନ ଏକ୍ସ-ରେ ବୟାନ ଦେଇ କହିଛନ୍ତି ଯେ, ଅନେକ ବଡ଼ ଟିଭି ଚ୍ୟାନେଲ୍ ବିନା କୌଣସି ସ୍ପଷ୍ଟତାରେ ଭାରତ-ପାକିସ୍ତାନ ଯୁଦ୍ଧ ଭଳି ଖବର ପ୍ରଚାର କରିଥିଲେ। କରାଚି ବନ୍ଦରରେ ଆକ୍ରମଣ, ଇସଲାମାବାଦ ଉପରେ କବଜା, ପାକିସ୍ତାନରେ ପଶି ଭାରତୀୟ ସେନା ପଶିବା ଭଳି ଖବର ଚଳାଇଲେ। ଏ ସବୁ ଖବର ମିଛ ଓ ଉସୁକାଇବା ଭଳି ଥିଲା। ଏହା ସତ୍ତ୍ୱେ ସରକାର ସେମାନଙ୍କ ଉପରେ କୌଣସି ଆକ୍ସନ ନଲେନି। ଆଉ ଦି ଓ୍ୱେୟାର ଭଳି ଦାୟିତ୍ୱସମ୍ପନ୍ନ ସଂସ୍ଥାକୁ ବ୍ଲକ୍ କରିଦେଲେ ସରକାର। ଏହା ଅସାମ୍ୱିଧାନିକ ଓ ଭାରତୀୟ ସୂଚନା ଅଧିକାର ଉପରେ ଆକ୍ରମଣ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *