କରୁର ଦଳାଚକଟା- ବିଜୟଙ୍କ ଟିଭିକେ ପାର୍ଟି ପଞ୍ଜୀକୃତ ମାନ୍ୟତା ଦଳ ନୁହେଁ

ବିଜୟ କରୁରଙ୍କ ଟିଭିକେ ପାର୍ଟି ଏକ ପଞ୍ଜୀକୃତ ପାର୍ଟି ନୁହେଁ। ମାଡ୍ରାସ ହାଇକୋର୍ଟକୁ ଏ କଥା ଅବଗତ କରାଇଛନ୍ତି ନିର୍ବାଚନ କମିଶନର ବା ଇସିଆଇ। କରୁର ଦଳାଚକଟା ମାମଲାର ଶୁଣାଣୀ ବେଳେ ଟିଭିକେକୁ ନେଇ ଏଭଳି ସ୍ପଷ୍ଟତା ରଖିଛନ୍ତି ଇସିଆଇ। ଇସିଆଇ ନିୟମ ଅନୁସାରେ କୌଣସି ରାଜ୍ୟରେ ଥିବା ଦଳ ପଞ୍ଜୀକରଣ ମାନ୍ୟତା ସେତେବେଳେ ପାଏ। ଯେତେବେଳେ ଅତି କମରେ ୬ ପ୍ରତିଶତ ବୈଧ ଭୋଟ୍ ପାଇଥିବ। ଲୋକସଭାରେ ଗୋଟିଏ ଓ ବିଧାନସଭାରେ ଦୁଇଟି ସିଟ୍ ଥିବ। ଗଲା ଲୋକସଭା ନିର୍ବାଚନରେ ସଂପୃକ୍ତ ରାଜ୍ୟରୁ ୬ ପ୍ରତିଶତ ବୈଧ ଭୋଟ ପାଇଥିବ କିମ୍ୱା ଅତିକମରେ ୩ ପ୍ରତିଶତ ଆସନ ଦଖଲ କରିଥିବ। ମୁଖ୍ୟ ବିଚାରପତି ଜଷ୍ଟିସ ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଓ ଜଷ୍ଟିସ ଜି ଅରୁଲ ମୁରୁଗାନଙ୍କ ଖଣ୍ଡପୀଠରେ ଟିଭିକେ ପାର୍ଟିର ପଞ୍ଜୀକରଣ ରଦ୍ଦ ସହ ଅନ୍ୟାନ୍ୟ ରିଲିଫରୁ ବାରଣ କରିବାକୁ ଆବେଦନ ପଡ଼ିଥିଲା। କିନ୍ତୁ ଆଇନଜୀବି ନିରଞ୍ଜନ ରାଜଗୋପାଲ ଖଣ୍ଡପୀଠକୁ ଅବଗତ କରାଇଛନ୍ତି ଯେ, ଟିଭିକେ ଦଳ ଯେହେତୁ ମାନ୍ଯତା ପାଇନି। ସେଥିଲାଗି ଏଭଳି ଆବେଦନ ଗ୍ରହଣୀୟ ନୁହେଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *