ଋଷରେ ଡ୍ରୋନ୍ ହମଲା..

ୟୁକ୍ରେନ ତରଫରୁ ଋଷରେ ଡ୍ରୋନ୍ ହମଲା । ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି। ୟୁକ୍ରେନ୍ ତରଫରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକକୁ ୟୁକ୍ରେନ୍ ଟାର୍ଗେଟ୍ କରିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ମଧ୍ୟ ରହିଛି। ଡ୍ରୋନ୍ ଆକ୍ରମଣ ନେଇ ମସ୍କୋ ମିଡିଆ ସୂଚନା ଦେଇଛି। ଏହି ଆକ୍ରମଣକୁ ଆମେରିକାର ୯/୧୧ ଆକ୍ରମଣ ଭଳି ମଧ୍ୟ କୁହାଯାଉଛି।

ୟୁକ୍ରେନ୍ର କିଲର୍ ଡ୍ରୋନ୍ ମାଡ଼ରେ ବିଲ୍ଡିଂଗୁଡିକ ଥରି ଉଠିଛି। ବିଲ୍ଡିଂଗୁଡିକ ନଷ୍ଟ ହୋଇଯାଇଛି ଏବଂ ଏବଠାରେ ଭୟଙ୍କର ନିଆଁ ମଧ୍ୟ ଲାଗିଛି। ପୂରା ଆକ୍ରମଣ ଘଟଣାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓ ଆଧାରରେ ୮ଟି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ୍। କାଜାନରେ ଏହି ୮ଟି ଡ୍ରୋନ୍ ମାଡ଼ ହୋଇଛି।

କାଜାନର ମେୟାର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଡ୍ରୋନ୍ ଆକ୍ରମଣ ଯୋଗୁ ସୋଭେତ୍ସକି, କିରୋସ୍କି ଓ ପ୍ରିଭୋଲଜସ୍କି ତିନୋଟି ଜିଲ୍ଲାର ଘରଗୁଡିକରେ ନିଆଁ ଲାଗି ଯାଇଛି। ଲୋକେ ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଥିସହ ଅନେକ ମୃତାହତ ହୋଇଥିବା କୁହାଯାଉଛି। କାଜାନ ସହର ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।, କାରଣ ଚଳିତ ବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *