ସିଲ୍ ହେଲା ଉତ୍କର୍ଷ କୋଚିଂ ସେଣ୍ଟର। ଜୟପୁରରେ ରବିବାର ସଂଧ୍ୟାରେ ଏହି କୋଚିଂ ସେଣ୍ଟରରେ ଅନେକ ଛାତ୍ରଛାତ୍ରୀ ବେହୋସ୍ ହୋଇପଡ଼ିଥିଲେ। କୋଚିଂ ସେଣ୍ଟରରେ କେମିତି ମୋଟା ଅଙ୍କର ଅର୍ଥ ନିଆଯାଇଥାଏ। କିନ୍ତୁ ତା ବଦଳରେ ସୁରକ୍ଷାକୁ ନେଇ ବେଫିକର କୋଚିଂ ସେଣ୍ଟର ବିରୁଦ୍ଧରେ ତେଜିଛି ଜୋରଦାର ବିରୋଧ। କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ ଦାବିରେ ସାରା ରାତି ଧାରଣା ଦେଇଥିଲେ ଏନଏସୟୁଆଇ ସଭାପତି ବିନୋଦ ଝାକର ଓ ତାଙ୍କ ସମର୍ଥକ। କାହିଁକି ମାଲିକଙ୍କୁ ସୁରକ୍ଷା ଦିଆଯାଉଛି। କଡ଼ା ବିରୋଧ ପରେ କୋଚିଂ ସେଣ୍ଟରକୁ ସିଲ୍ କରିଦେଇଛି ପ୍ରଶାସନ। ଯାଞ୍ଚ ଲାଗି କମିଟି ଗଠନ ହୋଇଛି। ତତ୍କାଳ ରିପୋର୍ଟ ଦେବାକୁ କୁହାଯାଇଛି। କୋଚିଂ ସେଣ୍ଟରରେ କେମିତି ଗ୍ୟାସ୍ ଲିକ୍ ହେଲା, ତାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ କହିଥିଲା, ୧୪ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗମ୍ଭୀର ଥିଲା। ଫରେନସିକ ଟିମ୍ ପାଣିର ସାମ୍ପୁଲ ସଂଗ୍ରହ କରିଛି। କ୍ଲାସରୁମରେ ଥିବା ସିସିଟିଭି ଫୁଟେଜ୍ ବି ଜବତ କରିଛି ପୁଲିସ। ସେଣ୍ଟର ସିଲ୍ ପରେ ସୋମବାର ମଧ୍ୟାହ୍ନରେ ଛାତ୍ର କଂଗ୍ରେସ ଧାରଣା ପ୍ରତ୍ୟାହାର କରିଥିଲା। ସେପଟେ କୋଚିଂ ସେଣ୍ଟର ସିଲ୍ ବିରୁଦ୍ଧରେ ଉତ୍କର୍ଷ କୋଚିଂ ଛାତ୍ରଛାତ୍ରୀ କଡ଼ା ବିରୋଧ କରିଛନ୍ତି। ଯେପର୍ଯ୍ୟନ୍ତ କୋଚିଂ ସେଣ୍ଟରର ସିଲ୍ ଖୋଲିବନି, ସେମାନେ ଧାରଣାରେ ବସିବେ। ଅନିର୍ଦ୍ଦିଷ୍ଟକାଳ ପାଇଁ ଯଦି ସିଲ୍ ଖୋଲିବନି, ତା ହେଲେ ସେମାନଙ୍କ କ୍ୟାରିଅର ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରିଛନ୍ତି ଛାତ୍ରଛାତ୍ରୀ।
ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ବେହୋସ ହୋଇପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି। ତେବେ ଏଭଳି ଘଟଣା କାହିଁକି ହେଲା, ତୃଟିବିଚ୍ୟୁତି ଖୋଜିବାକୁ କମିଟି ଗଠନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। କୋଚିଂ ସେଣ୍ଟରରେ ଅସମ୍ଭାଳ ଭିଡ଼କୁ ଦେଖି କଂଗ୍ରେସ ସରକାର ଜୟପୁରର ପ୍ରତାପ ନଗରକୁ କୋଚିଂ ହବ୍ କରିଥିଲେ। ଅବିଳମ୍ୱେ ସମସ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ କୋଚିଂ ହବକୁ ସ୍ଥାନାନ୍ତର କରାଯାଉ। ତଦନ୍ତ ସମ୍ପୂର୍ଣ୍ଣ ନ ହେଲା ଯାଏ କୋଚିଂ ସେଣ୍ଟର ସିଲ୍ ଖୋଲିବନି ବୋଲି ଗ୍ରେଟର ନଗର ନିଗମ ସ୍ପଷ୍ଟ କରିଦେଇଛି। ରବିବାର ସଂଧ୍ୟା ୭ଟା ବେଳେ କୋଚିଂ ସେଣ୍ଟରର ଦ୍ୱିତୀୟ ମହଲାରେ କ୍ଲାସ୍ ଚାଲୁଥିଲା ବେଳେ ଗ୍ୟାସ୍ ଲିକରୁ ୧୨ରୁ ଅଧିକ ପିଲା ବେହୋସ ହୋଇପଡ଼ିଥିଲେ। ଏମିତିରେ କୋଚିଂ ସେଣ୍ଟରରେ ୮ଶହ ପିଲା ପଢ଼ୁଛନ୍ତି। ରବିବାର ହେତୁ ସାଢ଼େ ୩ଶହ ପିଲା ଆସିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now