ସଂସଦରେ ବନ୍ଦେ ମାତରମକୁ ନେଇ ବଡ଼ ବିତର୍କ। ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରୁ ଚର୍ଚ୍ଚା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବନ୍ଦେମାତରମର ବ୍ୟାକଗ୍ରାଉଣ୍ଡ ଶୁଣିଲେ ମୁସଲମାନ ରାଗିବେ ବୋଲି କୁଆଡ଼େ କହିଥିଲେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ନେହେରୁ। କାରଣ ମୁସଲିମ ଲିଗ୍ ଚାପରେ ହିଁ ବନ୍ଦେ ମାତରମର ବିଭାଜନ ହୋଇଥିଲା। ବନ୍ଦେ ମାତରମ ପ୍ରତି ବିଶ୍ୱାସଘାତ ହୋଇଛି। ଏଭଳି ଶବ୍ଦରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି। ବନ୍ଦେ ମାତରମ ଇଂରେଜଙ୍କୁ କଡ଼ା ଜବାବ ଥିଲା। ସ୍ୱାଧୀନତା ସମୟରେ ମହାତ୍ମା ଗାନ୍ଧୀଙ୍କ ବି ଏହା ପସନ୍ଦ ଥିଲା। ଏହି ଗୀତକୁ ଜାତୀୟ ସଙ୍ଗୀତ ଭାବେ ଦେଖିବାକୁ ଚାହୁଁଥିଲେ। କିଏ ସେ ବିଶ୍ୱାସଘାତକ, କିଏ ସେ ବଳ। ଯାହାଙ୍କ ଇଛା ବାପୁଜୀଙ୍କ ଭାବନା ଉପରେ ଭାରି ପଡ଼ିଲା। ନିଜ ଚୌକି ଦୋହଲିବା ଆଶଙ୍କା କରି ନେହେରୁ ମୁସଲିମ ଲିଗ୍ କଥାରେ ଚାଲିଲେ। ମହମ୍ମଦ ଅଲ୍ଲି ଜିନା ଅକ୍ଟୋବର ୧୫, ୧୯୩୬ରେ ବନ୍ଦେ ମାତରମ ବିରୁଦ୍ଧରେ ନାରାକୁ ଶାଣିତ କରିଥିଲେ। ମୁସଲିମ ଲିଗକୁ ଜବାବ ଦେବା ବଦଳରେ, ନିନ୍ଦା କରିବା ବଦଳରେ ଓଲଟା କାମ କଲେ ନେହେରୁ। ସେପଟେ କଂଗ୍ରେସ ସାଂସଦ ଗୋଗୋଇ କହିଛନ୍ତି, ରାଷ୍ଟ୍ରଗୀତରେ ରାଷ୍ଟ୍ର ଶବ୍ଦକୁ କେନ୍ଦ୍ର ସରକାର ବୁଝିନାହାନ୍ତି। ଆମ ଦେଶରେ ଧର୍ମ, ଭାଷା ସିନା ଅନେକ। କିନ୍ତୁ ସମ୍ୱିଧାନ ଗୋଟିଏ। ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ କରିବାକୁ ଚାହୁଁଛନ୍ତି ସରକାର। କିନ୍ତୁ ଦେଶ ତ ଜନଗଣମନକୁ ଜାତୀୟ ସଙ୍ଗୀତର ମାନ୍ୟତା ଦେଇଛି। ନା ବିଜେପିର ରାଜନୀତିକ ପୂର୍ବଜ ତ୍ରିରଙ୍ଗାକୁ ସମ୍ମାନ ଦେଇଥିଲେ ନା ରାଷ୍ଟ୍ରଗାନକୁ। ବିଜେପି ମୁହଁରେ ଦେଶଭକ୍ତିର କଥା ଶୋଭା ପାଉନି। ସତ୍ତା ଲୋଭରେ ବଙ୍ଗାଳକୁ ବାଲାଂଦେଶୀ କହିବାକୁ ପଛାଉନାହାନ୍ତି ସରକାର। ଲୋକେ ନାନା ସମସ୍ୟାରେ ଜୁଝୁଛନ୍ତି। ସେମାନଙ୍କ କଥା ସଂସଦରେ ଚର୍ଚ୍ଚା ହେଉନି। ବନ୍ଦେ ମାତରମ ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହ ଥିଲା। ଏହାର ଅର୍ଥ ଭାରତ କେବେ ନଇଁବନି। ହେଲେ ମୋଦିଙ୍କ ପୂର୍ବଜ ଏହି ମାନସିକତାକୁ କେବେ ବୁଝି ପୁରା କରିଥିଲେ କି। ବଙ୍ଗର ମାଟି କେବଳ ରାଷ୍ଟ୍ରୀୟ ଗୀତ ନୁହେଁ, ବରଂ ରାଷ୍ଟ୍ରୀୟ ଗୀତ ବି ଦେଇଛି। ଯେକୌଣସି ପ୍ରସଙ୍ଗରେ ଚର୍ଚ୍ଚା କଲେ ନେହେରୁଙ୍କ ନାଁ ନ ନେଲେ ମୋଦି ଶାନ୍ତି ପାଉନାହାନ୍ତି। ଅପରେସନ ସିନ୍ଦୂର ଚର୍ଚ୍ଚାରେ ୫୦ଥର କଂଗ୍ରେସ ଓ ୧୪ଥର ନେହେରୁଙ୍କ ନାଁ ନେଇଥିଲେ ମୋଦି। ସପା କହିଛି, ବ୍ରିଟିଶଙ୍କ ଲାଗି କିଛି ଗୁଇନ୍ଦାଗିରି କରୁଥିଲେ। ଅଖିଳେଶ ଯାଦବ କହିଛନ୍ତି- ବିବାଦ, ବିଭାଜନ କରି ବ୍ରିଟିଶ ଯେମିତି ଶାସନ କରୁଥିଲେ, ଆଜି ବି ସେଇ ରାସ୍ତା କିଛି ଲୋକ ଆପଣାଇଛନ୍ତି। ବନ୍ଦେ ମାତରମ ମିଛୁଆ ରାଷ୍ଟ୍ରବାଦୀଙ୍କ ଲାଗି ନୁହେଁ। ଡିଏମକେ କହିଛି, ବନ୍ଦେ ମାତରମର ବିଭାଜନ ମୁସଲମାନ ନୁହଁନ୍ତି, ବରଂ ବିଜେପି କରିଛି। ମୋଦିଙ୍କ ସ୍ୱପ୍ନ, ଭାରତକୁ ହିନ୍ଦୁ ରାଷ୍ଟ୍ର କରିବି।ବିଜେପି କହିଛି, ବନ୍ଦେ ମାତରମ ଚର୍ଚ୍ଚା ବେଳେ ମୋଦି କହୁଥିଲା ବେଳେ ରାହୁଲ ଓ ପ୍ରିୟଙ୍କା ଅନୁପସ୍ଥିତ ଥିଲେ। ବନ୍ଦେ ମାତରମ ପ୍ରତି ତାଙ୍କ ପୂର୍ବଜ କରିଥିବା ବିଶ୍ୱାସଘାତକ, ଜିନ୍ନାଙ୍କ ତୁଷ୍ଟିକରଣରୁ ଭାରତ ବିଭାଜନ ଲାଗି ନିଜକୁ ଦୋଷୀ ଭାବି ଓ ଆତ୍ମଗ୍ଳାନିର ହୃଦବୋଧ କରି ବୋଧହୁଏ ଅନୁପସ୍ଥିତ ରହିଲେ ରାହୁଲ ଓ ପ୍ରିୟଙ୍କା। ଏହା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବଙ୍ଗରୁ ଆସିଛି ଉଭୟ ବନ୍ଦେ ମାତରମ ଓ ଜନଗଣମନ। ରବୀନ୍ଦ୍ର ନାଥ ଟାଗୋର ବନ୍ଦେ ମାତରମରୁ କିଛି ଲାଇନ୍ ହିଁ ନେଇଛନ୍ତି। ଦେଶ ବାବଦରେ ଜାଣିନଥିବା ବ୍ୟକ୍ତି ନେତାଜୀ, ଟାଗୋର, ରାଜା ରାମମୋହନ ରାୟଙ୍କୁ କ୍ରମାଗତ ଅପମାନିତ କରିତାଲିଛନ୍ତି ବୋଲି ଆକ୍ଷେପ ଲଦିଛନ୍ତି ଦିଦି।ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତ ଅବସରରେ ଏହାର ମହତ୍ତ୍ୱ, ଦେଶ ସନ୍ଦର୍ଭରେ ଏହାର ଗୁରୁତ୍ୱକୁ ନେଇ ବଡ଼ ବିତର୍କ ଦେଖିବାକୁ ମିଳିଛି ସଂସଦରେ। ବନ୍ଦେ ମାତରମର କିଛି ପାରାଗ୍ରାଫକୁ ହଟାଇବା ପଛରେ କଂଗ୍ରେସ ଉପରେ ମୋଦି ଆରୋପ ଲଦିଥିଲା ବେଳେ ଏଭଳି ଆରୋପ ଲଦିଥିବାରୁ ମୋଦିଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିଛି କଂଗ୍ରେସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now