ପ୍ରବଳ ପବନରେ ଲ୍ୟାଣ୍ଡ କରିପାରିଲାନି ପ୍ଲେନ୍ ,ଭାଇରାଲ ହେଲା ଭିଡିଓ

ପ୍ରବଳ ପବନରେ ଲ୍ୟାଣ୍ଡ କରିପାରିଲାନି ପ୍ଲେନ। ଯାହାର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ। ବାତ୍ୟା ଫେଙ୍ଗଲ ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ପ୍ରବଳ ପବନ ପ୍ରଭାବରେ ଚେନ୍ନାଇ ଏୟାରପୋର୍ଟରେ ଏକ ପ୍ଲେନ ନରୱେରେ ଲ୍ୟାଣ୍ଡ କରିପାରିନଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଇଣ୍ଡିଗୋ ପ୍ଲେନଟି ରନୱେରେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା। ହେଲେ ବର୍ଷା, ପବନ ଯୋଗୁଁ ଓହ୍ଲାଇ ପାରିନଥିଲା। ଶେଷରେ ପ୍ଲେନକୁ ଲ୍ୟାଣ୍ଡ ନ କରି ପୁଣି ଟେକ ଅଫ କରିଥିଲା ପାଇଲଟ। ପ୍ଲେନଟି ମୁମ୍ୱାଇରୁ ଚେନ୍ନାଇ ଆସୁଥିବା ବେଳେ ଖରାପ ପାଗ ଓ ବାତ୍ୟା ପ୍ରଭାବ ଯୋଗୁଁ ଲ୍ୟାଣ୍ଡ କରିପାରିନଥିଲା। ଫଳରେ ପବନରେ ଝୁଲି ରହିଥିଲା। ଫଳରେ ଶତାଧିକ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୁଣି ଥରେ ଟେକ ଅଫ କରିନେଇଥିଲେ ପାଇଲଟ ଜଣଙ୍କ। ଆମ ଯାତ୍ରୀ, ବିମାନ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି।   

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *