ଭୋଟ ଚୋରି- ସଂସଦରୁ ସୁପ୍ରିମକୋର୍ଟ ଯାଏଁ ଲଢ଼େଇ

ସଂସଦରେ ହଙ୍ଗାମା। ସୁପ୍ରିମକୋର୍ଟରେ ପୁଣି ଶୁଣାଣୀ। ଏସଆଇଆରକୁ ନେଇ ଇଣ୍ଡିଆ ମେଣ୍ଟର ସାଂସଦ ଗୃହରେ ଆଲୋଚନା ଲାଗି ଅଡ଼ି ବସିଥିଲେ। ସଂସଦ ପରିସରରେ ମିଣ୍ଟା ଦେବୀ ଲେଖାଥିବା ଟି-ସାର୍ଟ ପିନ୍ଧି ବିରୋଧୀ ସାଂସଦ ପ୍ରତିବାଦ କରିଥିଲେ। ମିଣ୍ଟା ଦେବୀଙ୍କ ବୟସ ୩୫। କିନ୍ତୁ ତାଙ୍କୁ ୧୨୪ ବର୍ଷର ଦର୍ଶାଇ ଭୋଟର ତାଲିକାରେ ସ୍ଥାନ ଦେଇଛନ୍ତି ନିର୍ବାଚନ କମିଶନ। ଭୋଟର ଭେରିଫିକେସନ ଉପରେ ହଙ୍ଗାମା କରିଛନ୍ତି ବିରୋଧୀ ଦଳ। ମକରଦ୍ୱାର ପାଖରେ ଓ୍ୱାନ ଭୋଟ୍, ଓ୍ୱାନ୍‌ ମ୍ୟାନ୍ ଦାବି ନେଇ ବର୍ଷିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏହା ଭୋଟ ଚୋରିର ସରକାର । ଲୋକତନ୍ତ୍ରକୁ ରକ୍ଷା କରିବାକୁ ଏସଆଇଆର ଉପରେ ଚର୍ଚ୍ଚା ଜରୁରୀ। ବିଜେପି ଓ ନିର୍ବାଚନ ଆୟୋଗ ମିଶିକି ଭୋଟ ଚୋରୀ କରୁଛନ୍ତି। ବିହାରରୁ ନେଇ ପଶ୍ଚିମବଙ୍ଗ ସବୁଠି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି, ଯଦି ଏସଆଇଆର୍ କରିବାକୁ ସରକାର ଚାହୁଁଛନ୍ତି, ଆଗ ଲୋକସଭା ଭଙ୍ଗ କରନ୍ତୁ। ମୋଦି, ଶାହାଙ୍କ ସମେତ ପୁରା କ୍ୟାବିନେଟ୍‌ ଇସ୍ତଫା ଦିଅନ୍ତୁ। ଏହା ପରେ ପୁରା ଦେଶରେ ଏସଆଇଆର କରି ନିର୍ବାଚନ କରାଅ। ବିରୋଧୀଙ୍କ ସ୍ୱରକୁ ସରକାର ଶୁଣୁନଥିବାରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ହଙ୍ଗାମା ଭିତରେ ଗୃହରେ ଅନେକ ମହତ୍ତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ସୋମବାର ସଂସଦ ପରିସରରୁ ନିର୍ବାଚନ କମିଶନଙ୍କ ଅଫିସ ଯାଏ ବିରୋଧୀ ଦଳ ପଦଯାତ୍ରା କରିଥିଲେ। ସେପଟେ ବିହାରରେ ଏସଆଇଆର ଅଭିଯାନକୁ ସଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଆଧାରକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇପାରିବନି। ଏହାର ଯାଞ୍ଚ ଜରୁରୀ।  ବିହାର ଭାରତର ଅଂଶ। ଯଦି ବିହାରରେ ଦସ୍ତାବିଜ୍ ନାହିଁ, ତାହେଲେ ଅଲଗା ରାଜ୍ୟରେ ବି ଏହା ନଥିବ। ଏସଆଇଆର ବିରୁଦ୍ଧରେ ଆବେଦନକାରୀଙ୍କୁ କୋର୍ଟ କହିଛନ୍ତି, ଯଦି ୭.୯ କୋଟି ମତଦାତାଙ୍କ ଭିତରୁ ୭.୨୪ ମତଦାତା ଜବାବ ଦେଇଛନ୍ତି। ତାହେଲେ କୋଟିଏ ମତଦାତା ଗାଏବ ହେବାର କଥାକୁ ରଦ୍ଦ କରାଯାଉଛି। ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି, ଜନ୍ମ ପ୍ରମାଣପତ୍ର କେବଳ ୩.୦୫୬ ପ୍ରତିଶତଙ୍କ ପାଖରେ ଅଛି। ପାସପୋର୍ଟ ୨.୭ % , ଦଶମ ପ୍ରମାଣପତ୍ର ୧୪.୭୧ %  ପାଖରେ ଅଛି। ୧୨ଜଣ ଜୀବିତ ବ୍ୟକ୍ତିଙ୍କୁ ମୃତ ବୋଲି ଦର୍ଶାଯାଇଛି ବୋଲି କପିଲ କହିବାରୁ ଏ ବାବଦରେ ନର୍ବାଚନ କମିଶନଙ୍କୁ ପଚାରିବୁ ବୋଲି କହିଛନ୍ତି କୋର୍ଟ। ଇସିଆଇଙ୍କ ପକ୍ଷରୁ କୁହାଯାଇଥିଲା, ଏଭଳି ବଡ଼ ଓ ବିସ୍ତୃତ ପ୍ରକ୍ରିୟାରେ ଛୋଟ ଭୁଲ୍ ହୋଇଯାଏ। ଚୂଡ଼ାନ୍ତ ତାଲିକାରେ ଏହାକୁ ସଂଶୋଧନ କରାଯିବ। ଏସଆଇଆର ଆଇନ ମୁତାବକ ହେଉଛି କି ନାହିଁ। ଏଭଳି ପ୍ରକ୍ରିୟାକୁ ସସର୍ତ୍ତ ଆଧାରରେ ମଞ୍ଜୁରୀ ଦେବାକୁ ଦାବି କଲେ ଏହା ଉପରେ ବିଚାର କରିବେ କୋର୍ଟ। ଯଦି ସମ୍ୱିଧାନରେ ଏଭଳି ପ୍ରକ୍ରିୟା ନଥିବ, ତାହେଲେ ସେ ହିସାବରେ କାର୍ଯ୍ୟବାହୀ ହେବ। ବରିଷ୍ଠ ଓକିଲ ଗୋପାଳ ଶଙ୍କର ନାରାୟଣ କହିଛନ୍ତି, ୬୫ଲକ୍ଷ ଲୋକ ଭୋଟର ତାଲିକାର ବାହାରେ ଅଛନ୍ତି। ଭୋଟ ଚୋରୀ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ବି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିରୋଧୀ ଦଳ। ବିଜେପି କହିଛି, ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ନେଇ ବିରୋଧୀ ତୁଷ୍ଟିକରଣ ରାଜନୀତିରେ ମାତିଛନ୍ତି। କଂଗ୍ରେସ ଦଳ ଏହାକୁ ପ୍ରସଙ୍ଗ କରି ଗଣତନ୍ତ୍ରକୁ ହତ୍ୟା କରୁଛି। ତଥ୍ୟ ଦେବାକୁ କଂଗ୍ରେସକୁ ଇସିଆଇ କହିଲେ। ନା ତଥ୍ୟ ଦେଉଛନ୍ତି ନା ନ୍ୟାୟିକ ପ୍ରକ୍ରିୟାକୁ ଯାଉଛନ୍ତି ବିରୋଧୀ। ମିଛ ଅଭିଯୋଗ ଆଣି ଭୋଟରଙ୍କୁ ଅପମାନିତ କରନ୍ତୁନି।ଭୋଟ ଚୋରିକୁ ନେଇ ସଂସଦରୁ ନେଇ ସୁପ୍ରିମକୋର୍ଟ ଯାଏ ବିତର୍କର ଝଡ଼ ବହୁ଼୍ଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *