ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ଆକସ୍ମିକ ନିଧନ କେବଳ ରାଜନୀତିକ ମହଲକୁ ସ୍ତବ୍ଧ କରିଦେଇଛି ତା ନୁହେଁ। ବରଂ ବିମାନ କମ୍ପାନୀ ଭିଏସଆର ଭେଞ୍ଚ୍ୟୋର୍ସର ସୁରକ୍ଷାର ଇତିହାସ ଉପରେ ବି ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛି। ବାରମତିରେ ଲ୍ୟାଣ୍ଡିଂ ବେଳେ ଏହି କମ୍ପାନୀର ବିମାନ କ୍ରାସ୍ କରିଥିଲା। ଏମିତିରେ କମ୍ପାନୀର ସେଫଟି ରେକର୍ଡ ଏତେ ଭଲ ନୁହେଁ। ଗଲା ୩ ବର୍ଷ ଭିତରେ ଭିଏସଆରର ଏହା ଦ୍ୱିତୀୟ ବଡ଼ ବିମାନ ଦୁର୍ଘଟଣା। ୨୦୨୩ରେ ମୁମ୍ୱାଇ ଏୟାରପୋର୍ଟରେ ଏହି କମ୍ପାୀନର ଏକ ବିମାନ (VT-DBL) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଅଳ୍ପକେ ଯାତ୍ରୀ ବର୍ତ୍ତିଯାଇଥିଲେ। ଏହି କମ୍ପାନୀର ମୁଖ୍ୟାଳୟ ଦିଲ୍ଲୀରେ ଅଛି। ଏହାର ସଞ୍ଚାଳନ ସିନା ଦିଲ୍ଲୀରୁ। କିନ୍ତୁ ଏହାର ସେବା ମୁମ୍ୱାଇ, ଭୋପାଳ ଓ ହାଇଦ୍ରାବାଦରେ ଜାରି ରହିଛି। କମ୍ପାନୀର ମାଲିକାନା ବିଜୟ ସିଂଙ୍କ ପାଖରେ ଅଛି। କମ୍ପାନୀର ଓ୍ୱେବସାଇଟ୍ ଅନୁସାରେ, ଗଲା ୧୫ ବର୍ଷ ହେଲା ଏହା ଚାଟାର୍ଡ ସେବା ଯୋଗାଇ ଆସୁଛି। ଏହାର ପ୍ରମୁଖ ଗ୍ରାହକଙ୍କ ଭିତରେ ହାଭେଲ୍ସ ଇଣ୍ଡିଆ, ୱେଲସ୍ପନ ଓ ଏପିଏଲ ଆପୋଲୋ ଭଳି ବଡ଼ କର୍ପୋରେଟ କମ୍ପାନୀ ସାମିଲ ଅଛନ୍ତି। ଏହି କମ୍ପାନୀ ପ୍ରାଇଭେଟ୍ ଜେଟ୍ ଚାର୍ଟର, ଏୟାର ଆମ୍ୱୁଲାନ୍ସ ଓ ଜେଟ୍ ଲିଂକେଜର ସୁବିଧା ଦେଇଥାଏ। ଦୁର୍ଘଟଣାଗ୍ରସ୍ତ ବିମାନ ବମ୍ୱାର୍ଡିୟର ଲିୟରଜେଟ୍ ୪୫ଏକ୍ସଆର, ଯାହାର ରେଜିଷ୍ଟ୍ରେସନ ନମ୍ୱର (VT-SSK)ଥିଲା। ଏହି ବିମାନର ନିର୍ମାଣ ୨୦୧୦ରେ ହୋଇଥିଲା। ଏହାକୁ ଜୁନ୍ ୨, ୨୦୨୧ରେ ଭାରତୀୟ ରେଜିଷ୍ଟ୍ରେସନ ହାସଲ ହୋଇଥିଲା। ଏହା ପୂର୍ବରୁ ଏହା ଅନେକ ଆମେରିକୀୟ ଅପରେଟର୍ସଙ୍କ ମାଲିକାନାରେ ସଞ୍ଚାଳନ ହେଉଥିଲା। ଲିୟରଜେଟ୍ ୪୫ ଏୟରୋସ୍ପେଶ ଦ୍ୱାରା ନିର୍ମିତ ଏକ ମଧ୍ୟମ ଆକାରର ବିଜନେସ୍ ଜେଟ୍ ଅଟେ। ୧୯୯୫ରୁ ୨୦୧୨ ଭିତରେ ଏହି ଫର୍ମାଟର ୬୪୦ରୁ ଅଧିକ ବିମାନ ତିଆରି ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now