ଓ୍ୱାକଫ ଏକ ଇସଲାମ କନସେପ୍ଟ। ଏହା ଇସଲାମର ଜରୁରୀ ପାର୍ଟ ନୁହେଁ। ଓ୍ୱାକଫକୁ ନେଇ ସୁପ୍ରିମକୋର୍ଟକୁ ଏଭଳି କହିଲେ କେନ୍ଦ୍ର ସରକାର। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଚାରିଟି ସମସ୍ତ ଧର୍ମର ଏକ ଅଂଶବିଶେଷ। କିନ୍ତୁ କୋର୍ଟ କହିଥିଲେ, ଏହା ହିନ୍ଦୁ, ଖ୍ରୀଷ୍ଟିଆନ କି ଶିଖ ଧର୍ମର ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଟ ନୁହେଁ। ଆଉ ଆମ୍ୱେଦକରଙ୍କ ବିବୃତ୍ତିକୁ ଉଦ୍ଧାର କରି ମେହେଟ୍ଟା କହିଛନ୍ତି, ଧାର୍ମିକ ପ୍ରାକ୍ଟିସ ଓ ଜରୁରୀ ଧାର୍ମିକ ପ୍ରାକ୍ଟିସ ଭିତରେ ତଫାତ ଅଛି। ଯଦିଓ ସଂଖ୍ୟାବହୁଳ ମୁସଲିମ ଯେଉଁମାନେ ଆର୍ଥିକସ୍ତରରେ ସବଳ ନୁହଁନ୍ତି, ସେମାନଙ୍କୁ କଅଣ ମୁସଲିମ ହେବାରୁ କେହି ବାରଣ କରିପାରିବେ କି। ସେଥିଲାଗି ଅଧିକାଂଶ ଦେଶରେ ଓ୍ୱାକଫକୁ ନା କନସେପ୍ଟ ନା ଟ୍ରଷ୍ଟ ଭାବେ ଗ୍ରହଣ କରାଯାଏ। ୱାକଫର ତିନୋଟି ସ୍ତର ଅଛି। ପ୍ରଥମ ହେଲା ସେଣ୍ଟ୍ରାଲ ଓ୍ୱାକଫ କାଉନସିଲ୍। ଯିଏ ପ୍ରଶାସନିକ କାମରେ ନିର୍ଦେଶ ଦିଏ। କିନ୍ତୁ ଓ୍ୱାକଫ ମସଜିଦ୍ କି ସ୍କୁଲ ସହ ସମ୍ପର୍କ ନାହିଁ। ଦ୍ୱିତୀୟରେ ରାଜ୍ୟ ଓ୍ୱାକଫ ବୋର୍ଡ। ଯିଏ କେବଳ ଧାର୍ମିକ କାମ ଦେଖେ। ରେଜିଷ୍ଟର ତଦାରଖ, ଆକାଉଣ୍ଟ ଅଡିଟ୍ କାମ ଦେଖେ। ଯଦି ସର୍ବାଧିକ ଦୁଇ ଜଣ ମୁସଲିମଙ୍କୁ ସଦସ୍ୟ ଭାବେ ନିଆଯାଏ, ଏହା କଅଣ କାମର ଶୈଳୀ ବଦଳାଇଦେବକି ବୋଲି ପଚାରିଛନ୍ତି ମେହେଟ୍ଟା। ଓ୍ୱାକଫ ବୋର୍ଡ ଧାର୍ମିକ କାମରେ ହସ୍ତକ୍ଷେପ କରେନା। ହିନ୍ଦୁ ଏଣ୍ଡୋମେଣ୍ଟରେ କମିଶନ ମନ୍ଦିରକୁ ଯାଇପାରିବେ ଓ ପୁଜକଙ୍କୁ ବି ନିଯୁକ୍ତି ଦେଇପାରିବେ। କିନ୍ତୁ ଓ୍ୱାକଫ ବୋର୍ଡ କୌଣସି ଧାର୍ମିକ କାମକୁ ଛୁଇଁପାରିବନି। ଓ୍ୱାକଫ କାଉନସିଲ ଓ ଓ୍ୱାକଫ ବୋର୍ଡର କାମ ଅଲଗା ଅଲଗା।


Naxatra News is now on Whatsapp
Join and get latest news update delivered to you via whatsapp
Join Now