ମାର୍ଚ୍ଚ ୩୧ ସୁଦ୍ଧା ମଦ ଦୋକାନରେ ଥିବା ସମସ୍ତ ଷ୍ଟକ୍ ସାରିବାକୁ ପଡ଼ିବ। ୟୁପି ଅବକାରୀ ବିଭାଗର ଏଭଳି ନିର୍ଦେଶାନାମାକୁ କେମିତି ତୁରନ୍ତ ଅନୁପାଳନ ହେବ। ସେ ନେଇ ମଦ ଦୋକାନୀ ଅଫର ଦେଇ ଗ୍ରାହକଙ୍କ ଭିଡ଼ ଟାଣିବାକୁ ସକ୍ଷମ ହୋଇଛନ୍ତି। କାରଣ ଷ୍ଟକ୍ ନ ସାରିଲେ, ବିକ୍ରି ହୋଇନଥିବା ମଦ ସବୁ ସରକାରୀ ଖାତାରେ ଜମା ହୋଇଯିବ। ଆଉ ଏହାର ବିକ୍ରି ହୋଇପାରିବନି। ସେଥିଲାଗି ଗ୍ରାହକଙ୍କୁ ବଡ଼ ଅଫର୍ ଦେବାରେ ଲାଗିଛନ୍ତି କିଛି ଦୋକାନୀ। ଗୋଟିଏ ମଦ ବୋତଲ ନେଲେ ଆଉ ଗୋଟିଏ ବୋତଲ ଫ୍ରି ଅଫର୍ ଦେଇଛନ୍ତି। ନୋଏଡ଼ାରୁ କେମିତି ଲୋକେ ପେଟି ପେଟି ମଦ ବୋହି ନେଉଛନ୍ତି, ତାହାର ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now