ଗାଡ଼ି ଚଲାଉଥିଲେ କ୍ୟାବ୍ ଡ୍ରାଇଭର। ଗାଡ଼ିରେ ବସିଥିଲେ ଗୁରୁଗ୍ରାମରୁ ଆସୁଥିବା ୪ ଯାତ୍ରୀ। ନିଜ ଛୋଟ ଝିଅ, ମାଆ ଓ ଜେଜେମା ସହ ଗାଡ଼ିରେ ବସିଥିଲେ ମହିଳା ଜଣକ। କିନ୍ତୁ ଟ୍ରାଫିକ୍ ଜାମରୁ ଅଚାନକ ଡ୍ରାଇଭର ଅସୁସ୍ଥ ହୋଇ ପଡ଼ିଥିଲେ। ଏତିକିବେଳେ ମାନବିକତା ଦେଖାଇଥିଲେ ମହିଳା ଯାତ୍ରୀ ଜଣକ। ଗାଡ଼ି ଶିଖିଥିବାରୁ ତୁରନ୍ତ ସେ ଷ୍ଟିଅରିଂ ସମ୍ଭାଳିଥିଲେ। ଆଉ ଗାଡ଼ି ଚାଳକଙ୍କୁ ପଛ ସିଟରେ ବସି ଆରାମ୍ କରିବାକୁ ପଠାଇଦେଇଥିଲେ। ସୁସ୍ଥ ହେଲା ପର୍ଯ୍ୟନ୍ତ ଷ୍ଟିଅରିଂ ସମ୍ଭାଳିଥିଲେ ମହିଳା ଜଣକ। ସଂପୃକ୍ତ କ୍ୟାବ୍ ଡ୍ରାଇଭରଙ୍କୁ ତୁରନ୍ତ ସେମାନେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଗାଡ଼ିରେ ସଂପୃକ୍ତ ମହିଳାଙ୍କ ଛୋଟ ଝିଅ, ତାଙ୍କ ମାଆ ଓ ଜେଜେମା ବସିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରି ସଂପୃକ୍ତ ମହିଳା ସମସ୍ତଙ୍କୁ ଅପିଲ୍ କରିଛନ୍ତି ଯେ, ସତରେ ଗାଡ଼ି ଡ୍ରାଇଭିଂ କେତେ ଜରୁରୀ। ଆବଶ୍ୟକ ବେଳେ ସେ ଗାଡ଼ି ଶିଖିଥିବାରୁ ଏଭଳି ଜରୁରୀକାଳୀନ ପରିସ୍ଥିତିକୁ ସମ୍ଭାଳିନେଲେ ବୋଲି ସଚେତନତା ବାର୍ତ୍ତା ବି ଦେଇଛନ୍ତି। ଯାହାର ଭିଡ଼ିଓ ଭାଇରାଲ ପରେ ସବୁଠି ପ୍ରଶଂସା କରାଯାଇଛି। ମାର୍ଚ୍ଚ ୧୮ର ଏହି ଘଟଣା ବୋଲି କୁହାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now