ତେଲୁଗୁ ଅଭିନେତ୍ରୀ କଳ୍ପିକା ଗଣେଶଙ୍କ ବିରୁଦ୍ଧରେ ଏତଲା ରୁଜୁ। ପବରେ କରିଥିଲେ ହଙ୍ଗାମା। ଷ୍ଟାଫଙ୍କୁ କରିଥିଲେ ଗାଳିଗୁଲଜ। ପବ୍ର ସମ୍ପତ୍ତିକୁ ବି ନଷ୍ଟ କରିଥିଲେ। ପ୍ଲେଟ ଫିଙ୍ଗିବା ସହ ଷ୍ଟାମ୍ପଙ୍କୁ ବଡି ସେମ୍ କରିଥିଲେ। କଳ୍ପିକାଙ୍କ ବିରୁଦ୍ଧରେ ଗାଚିବୋବଲି ପୁଲିସ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ଯେ, ବିଲ୍ ପେମେଣ୍ଟ କରିବାକୁ ମନା କରିଦେଇଥିଲେ କଳ୍ପିକା। ମେ ୨୯ ତାରିଖର ଘଟଣା। ନିଜ ବାର୍ଥ-ଡେ ସେଲିବ୍ରେସନ ଏକ ପବରେ କରିଥିଲେ କଳ୍ପିକା। ସେ ବାହାରୁ କେକ୍ ମଗାଇ ପବକୁ ନେଇଥିଲେ। କିନ୍ତୁ ଏହାକୁ ପବ୍ ଅନୁମତି ଦେଲାନି। ଏହାକୁ କେନ୍ଦ୍ର କରି ପବ୍ କର୍ମଚାରୀଙ୍କ ସହ ତାଙ୍କର ଜୋରଦାର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଝଗଡ଼ା ବେଳର ଭିଡ଼ିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି। ଝଗଡ଼ା ବେଳର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବି ସେୟାର କରିଛନ୍ତି କଳ୍ପିକା। ଶେଷରେ କୋର୍ଟ ଅନୁମତିରେ କଳ୍ପିକାଙ୍କ ବିରୁଦ୍ଧରେ ଏତଲା ରୁଜୁ କରିଛି ପୁଲିସ। ୨୦୦୯ରେ ତେଲୁଗୁ ସିନେମା ପ୍ରାୟନମରେ ଡେବ୍ୟୁ କରିଥିଲେ କଳ୍ପିକା। ଏହା ପରେ ଆରେଞ୍ଜ, ଜୁଲାୟୀ, ସିଥମ୍ମା ଓ୍ୱାକିଟଲୋ, ୟଶୋଦା, ହିଟ୍- ଦି ଫାଷ୍ଟ କେସ୍ ଆଦି ପୋପୁଲାର ଫିଲ୍ମରେ ଅଭିନୟ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now