ଆଇସ୍ କ୍ରିମରୁ ବାହାରିଲା ୧୧.୫ କିଲୋଗ୍ରାମ ହୁଇସ୍କି

ହାଇଦ୍ରାବାଦର ଏକ ଆଇସ୍କ୍ରିମ ପାର୍ଲରରୁ ହ୍ବୁସ୍କି ମିଶ୍ରିତ ଆଇସ କ୍ରିମ ପ୍ରସ୍ତୁତ କରାଯାଉଥିଲା । ଯାହାକୁ ନେଇ ଏକ୍ସାଇଜ ପୁଲିସ ଆରିକୋ କାଫେ ଆଇସ୍କ୍ରିମ୍ ପାର୍ଲରରୁ ଅନେକ ବ୍ୟକ୍ତିଙ୍କୁ ଗିରଫ କରିବାର ସପ୍ତାହକ ପରେ କମ୍ପାନୀ ସୋସିଆଲ୍ ମିଡିଆରେ ଏକ ବିବୃତ୍ତି ଜାରି କରି ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଛି। ଏହି ହ୍ୱିସ୍କି ଲେସ୍ ଆଇସକ୍ରିମ୍ ବିକ୍ରିୟ ଅଭିଯୋଗରେ ଏକ୍ସାଇଜ ପୁଲିସ୍ ଆଇସକ୍ରିମ୍ ପାର୍ଲରରେ ଚଢାଉ ବେଳେ ଏକ୍ସାଇଜ୍‌ ଟିମ୍ ୧୧.୫ କିଲୋଗ୍ରାମ ହ୍ୱୁସ୍କି  ଆଇସକ୍ରିମ୍ ଜବତ କରିଛି। ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ଆରିକୋ କାଫେ ଏହି ପ୍ରସଙ୍ଗକୁ ସମ୍ୱୋଧିତ କରି କହିଛନ୍ତି ଯେ ପ୍ରକୃତରେ ଯାହା ଘଟିଛି ତାହା ଆମ ଅନୁଗାମୀମାନଙ୍କୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଫେ ସ୍ପଷ୍ଟ କରିଛି ଯେ ଜଣେ ବ୍ୟକ୍ତି ନିଜକୁ ଆମେରିକାର ବୋଲି କହି ସେମାନଙ୍କ ସହ ଯୋଗାଯୋଗ କରି ଏକ ବ୍ୟକ୍ତିଗତ  ସମାବେଶ ପାଇଁ ହ୍ୱୁସ୍କି ସ୍ୱାଦଯୁକ୍ତ ଜେଲୋଟା ଅର୍ଡର କରିଥିଲେ। ଏକ ବିକଳ୍ପ ସ୍ୱାଦ ବାଛିବା ପାଇଁ ତାଙ୍କୁ କାଫେକୁ ନିମନ୍ତ୍ରଣ କରିବା ସ୍ୱତ୍ତେ ସେ ଏହି ନିର୍ଦ୍ଦିଷ୍ଟ ମଦ୍ୟପାନର ସ୍ୱାଦ ଉତ୍ପାଦନ କରିବାକୁ ଜିଦ୍‌ ଧରିଥିଲେ। ଆହୁରି ମଧ୍ୟ ପୋଷ୍ଟରେ ଲେଖାଥିଲା, ସେମାନଙ୍କୁ ଏକ ସ୍ୱତନ୍ତ୍ର ଅର୍ଡର ଭାବେ ଏକ ଚକୋଲେଟ୍ ଜେଲାଟୋ ବେସ୍ ତିଆରି କରିବାକୁ। ତେଣୁ କାଫେକୁ ବିଶ୍ୱାସ ହେଲା ଯେ ସେ ଆବଶ୍ୟକ ଲାଇସେନ୍ସ୍ ହାସଲ କରିଛନ୍ତି। ଏହି ପୋଷ୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ,ସେ ତା’ ପରେ ଆମ ରୋଷେୟାଙ୍କୁ ତାଙ୍କ ପାଇଁ ମଦ୍ୟପାନ କିଣିବାକୁ କହିଥିଲେ ଏବଂ କହିଥିଲେ ଯେ ସେ ଭ୍ରମଣରେ ବ୍ୟସ୍ତ ଅଛନ୍ତି ଏବଂ ଆମ ରୋଷେୟାଙ୍କ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ଟ୍ରାନ୍ସଫର୍ କରିଛନ୍ତି। ଏହା ପରେ ସେ ଅର୍ଡର କରିଥିବା ଜିନିଷ ଡ୍ରାଇଭରଙ୍କ ଦ୍ୱାରା ପଠାଯାଇଥିଲା। ଆଉ ସେଠିକି ଯାଇ ଜଣାପଡିଥିଲା ଯେ,ସେ ନିଜେ ଘରେ ସେହି ସବୁ ଦ୍ରବ୍ୟରେ ହ୍ୱଇସ୍କି ବ୍ୟବହାର କରୁଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *