ସିରଫକୁ ନେଇ ତନାଘନା

Spread the love

ଆଫ୍ରିକୀୟ ଦେଶ ଗାମ୍ବିଆରେ କଫ୍ ସିରଫ ଖାଇ ୬୬ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ କରାଇଛି। ଏହି କଫ ସିରଫ ଭାରତ ସହ ଲିଙ୍କ୍ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମାନ କରୁଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖାନ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି କଫ ସିରଫ କେବଳ ଏକ୍ସପର୍ଟମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା ଏହା ଭାରତରେ ବିକ୍ରି ପାଇଁ ନୁହେଁ। ସମାନ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ହରିୟାଣାର ମେଡେନ ଫାର୍ମାସିଟିକାଲର ୪ଟି ଔଷଧକୁ ପରୀକ୍ଷା ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ମୈଡେନ୍ ଫାର୍ମାସିଟ୍ୟୁକାଲ ସିରଫ ଗୁଡ଼ିକ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ। ଭାରତୀୟ ଡ୍ରଗସ୍ କଣ୍ଟ୍ରୋଲ ଜେନେରାଲ ତରଫରୁ ୪ଟି କଫ୍ ସିରଫ୍ର ତଦନ୍ତ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ପକ୍ଷରୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଡ୍ରଗସ୍ କମ୍ପାନୀ ଦ୍ୱାରା ନିର୍ମିତ ଥଣ୍ଡା ଓ କାଶ ସିରଫ ସେବନ ପରେ ଶିଶୁମାନଙ୍କ ଠାରେ କିଡନୀ ସମସ୍ୟା ଦେଖାଯିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅତ୍ୟନ୍ତ ଗୁରୁତର ସହ ନେଇଛି।

Leave a Reply

Your email address will not be published. Required fields are marked *