ତୃତୀୟ ଦିନରେ ପ୍ୟାରିସ ଅଲିମ୍ପିକ୍ସରୁ ଭାରତର ପଦକ ଆଶା। ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ମନୁ ଭାକର ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଚ ପଦକ ଜିତିଛନ୍ତି। ଏହାପରେ ୨ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତାଙ୍କ ଠାରୁ ମେଡାଲ ଆଶା ଉଜ୍ଜୀବିତ। ସେପଟେ ଆଜି ଗ୍ରୁପ୍ ପର୍ୟ୍ୟାୟରେ ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ହକି ଦଳ। ବ୍ୟାଡମିଣ୍ଟନରେ ଏସ. ରାଙ୍କିରେଡ୍ଡୀ-ଚିରାଗ ସେଠୀ ସୁଟିଂର ଯୋଗ୍ୟତା ପର୍ୟ୍ୟାୟରେ ମନୁ ଭାକର, ସରବଜୋତ ସିଂହ, ରିଦିମ୍ ସାଙ୍ଗୱାନ ଓ ଅର୍ଜୁନ ସିଂ ଚିମାଙ୍କ ପ୍ରଦର୍ଶନ ଉପରେ ରହିବ ନଜର। ସେହିପରି ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡକୁ ପରାସ୍ତ କରିବା ପରେ ଆଜି ଆର୍ଜେଣ୍ଟିନା ବିପକ୍ଷରେ ଓହ୍ଲାଇବ ଭାରତୀୟ ହକି ଟିମ୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now