ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ସୋମବାର ବା ୧୯ ସେପ୍ଟେମ୍ବରକୁ କଫନ ଦିଆଯିବ। ବହୁ ଦଶକ ପରେ ବ୍ରିଟେନରେ ରାଜ ପରିବାରର ବହୁ ସଦସ୍ୟ ଓ ସାରା ବିଶ୍ବରୁ ଅନେକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମହାରାଣୀଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନରେ କବର ଦିଆଯିବ। ବହୁ ଦେଶରୁ ଉଚ୍ଚ ନେତୃତ୍ବଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ସାରା ବିଶ୍ବରୁ ୫୦୦ ଜଣ ଏହି ସମାରୋହରେ ଯୋଗ ଦେବାକୁ ନିମୟନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ଭାରତର ରାଷ୍ଟ୍ରପତି ମଧ୍ୟ ରହିଛନ୍ତି।
ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଥିବା ସମସ୍ତ ବିଦେଶୀ ନେତାଙ୍କ ପାଇଁ ରାଜପରିବାର ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନ୍ତର୍ଗତ ସମସ୍ତ ବିଦେଶୀ ନେତା ବିମାନ ବନ୍ଦରରେ ପହଞ୍ଚିବା ପରେ ଅନ୍ତିମ ସଂସ୍ଥାର ସ୍ଥଳକୁ କିନ୍ତୁ ବସରେ ଯିବେ। ଅତିଥିମାନେ ଲଣ୍ଡନରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ପଶ୍ଚିମ ଲଣ୍ଡନ ପର୍ଯ୍ୟନ୍ତ ବସରେ ନିଆଯିବ। ମହାରାଣୀଙ୍କୁ କଫନ ଦେବାର ପ୍ରଥା ୱେଷ୍ଟମିନଷ୍ଟର ଏବେରେ ଅନୁଷ୍ଠିତ ହେବ। ଏହି ସମୟରେ ସେଠାରେ ୨୨ ଶହ ଲୋକଙ୍କ ସମାଗମ ପାଇଁ ଆୟୋଜନ କରାଯାଇଛି।
ତେବେ ଅନ୍ତିମ ସଂସ୍କାର କାଳରେ ବିଶେଷ ଭାବେ ମହାରାଣୀଙ୍କ ବହୁ ବନ୍ଧୁ ପରିଜନ ୟୁରୋପର ବିଭିନ୍ନ ରାଜ ପରିବାରରୁ ସେଠାରେ ପହଞ୍ଚିବେ। ଏହି ପରିବାର ମହାରାଣୀଙ୍କର ବିଶ୍ବ ସମ୍ବନ୍ଧରୁ ସୃଷ୍ଟ। ବେଲଜିୟମର ରାଜା ଫିଲିପ ଓ କ୍ବିନ ମଥିଲ୍ଡେ, କିଙ୍ଗ ୱିଲିୟମ ଆଲେକଜାଣ୍ଡର, ତାଙ୍କ ପତ୍ନୀ; କ୍ବିନ ମେକ୍ସିମାଙ୍କ ମା ତଥା ପୂର୍ବ ଡଜ କ୍ବିନ ପ୍ରିନ୍ସେସ ବିଟ୍ରିକ୍ସ, ସ୍ପେନ ରାଜା ଫେଲିପେ ଓ ରାଣୀ ଲେଟିଜିୟା ତଥା ନର୍ୱେ, ସ୍ବିଡେନ ଓ ଡେନମାର୍କର ରାଜପରିବାରର ସଦସ୍ୟ ଏହି ଅବସରରେ ଉପସ୍ଥିତ ରହିବେ।
ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନ ମଧ୍ୟ ଏଥିରେ ସାମିଲ ହେବେ। ଏହି ରାଷ୍ଟ୍ରର ଅନ୍ୟ କିଛି ପୂର୍ବତନ ରାଷ୍ଟ୍ରପତିଙ୍କୁ ମଧ୍ୟ ମହାରାଣୀଙ୍କ ଶେଷକୃତ୍ୟ କାଳରେ ସାମିଲ ପାଇଁ ନିମନ୍ତ୍ରଣ କରାଯାଇଥିବା ସମ୍ଭାବନା ରହିଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମହାରାଣୀଙ୍କୁ ବିଦାୟ ଦେବାକୁ ଲଣ୍ଡନ ଯାତ୍ରା କରୁଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଏଲବନୀଜ, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, କମନୱେଲ୍ଥ ସମୟରେ ମହାରାଜା ଓ ମହାରାଣୀଙ୍କ ପ୍ରତିନିଧି ଭାବେ କାମ କରୁଥିବା ଗଭର୍ନର ଜେନେରାଲ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେ ପ୍ରମୁଖ ମଧ୍ୟ ଲଣ୍ଡନ ଯିବେ।
ସେହିପରି ଆୟରିସ ନେତା ତାଓଇଶିଚ ମାଇକଲ ମାର୍ଟିନ, ଜର୍ମାନ ରାଷ୍ଟ୍ରପତି, ଇଟାଲି ରାଷ୍ଟ୍ରପତି, ୟୁରୋପୀୟ କମିଶନ ମଧ୍ୟ ସାମିଲ ହେବେ। ତୁର୍କୀ ରାଷ୍ଟ୍ରପତି, ଫ୍ରାନ୍ସିସ ରାଷ୍ଟ୍ରପତି, ଜାପାନୀ ସମ୍ରାଟ ନାରୁହିତୋ, ଚୀନ ରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ଅନୁମାନ କରାଯାଉଛି।
କିନ୍ତୁ ରୁଷ, ବେଲାରୁଷ, ମିୟାମାରର ପ୍ରତିନିଧିଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ ନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now