ଆମେରିକୀ ଗାୟିକା ମେରି ମିଲବେନ୍ ଗାଇଲେ ଭାରତ ଜାତୀୟ ସଂଗୀତ, ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ଇଜିପ୍ଟ ଗସ୍ତରେ ଅଛନ୍ତି । ଜାହକୁ ନେଇ ବର୍ତ୍ତମାନ ସାରା ବାଶ୍ୱରେ ଚର୍ଚ୍ଚା । ଆମେରିକାରେ ପାଦ ଦେବା ପରଠୁ ହିଁ ଆମେରିକାରେ ମୋଦି ଫିବର ଦେଖିବାକୁ ମିଳିଥିଲା ।

ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ୱାଗତ କରେଯାଇଥିଲା । ମୋଦିଙ୍କ ନିମନ୍ତେ ହ୍ୱାଇଟ୍ ହାଉସ୍ ରେ ଗ୍ରାଣ୍ଡ ଡିନର ଓ ଲଞ୍ଚ ର ବ୍ୟବସ୍ଥା ମଧ୍ୟ ଆୟୋଯିତ କରାଯାଇଥିଲା । ପରେ ମୋଦି ଆମେରିକା କଂଗ୍ରେସ କୁ ସମ୍ବୋଧନ ଦେଇଥିଲେ । ଇତି ମଧ୍ୟରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଆମେରିକୀ ଗାୟିକା ମେରି ମିଲବେନ୍ ଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କସମ୍ମାନାର୍ଥେ ତାଙ୍କ ପାଦ ଧରି ଆଶୀର୍ବାଦ ନେବାର ଦୃଶ୍ୟ ।

ଗାୟିକା ମେରି ମିଲବେନ୍ ପ୍ରଥମେ ଭାରତ ଜାତୀୟ ସଂଗୀତ ଗାନ କରିଥିଲେ ଓ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି ତାଙ୍କପାଖକୁ ଯାଇ ତାଙ୍କ ପାଦ ଧରି ଆଶୀର୍ବାଦ ନେଇଥିଲେ । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଛିଡା ହୋଇ ତାଳି ମାରିବା ସହ ମୋଦି ମୋଦି ନାରାବାଜି କରିଥିଲେ ।

ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସକୁ ଭାଷଣ ଦେବା ସମୟରେ ମଧ୍ୟ ମୋଦି ମୋଦି ନାରାବାଜି ସହ ଭାରକ ମାତା କି ଜୟ ଘୋଷରେ ପ୍ରକମ୍ପିତ ହୋଇଉଠିଥିଲା ସଭଗୃହ ।

ତେବେ ବିଦେଶରେ ମୋଦିଙ୍କ ଏଭଳି ସମ୍ମାନ ଓ ଦବଦବା ନୂଆ ନୁହଁ । ଯେତେବେଳେ ମୋଦି ପାପୁଆ ନିଉଗିନି ଗସ୍ତରେ ଯାଇଥିଲେ ସେଠି ମଧ୍ୟ ସମାନ ରୂପକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପାପୁଆ ନିଉଗିନି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଧରି ଆଶୀର୍ବାଦ ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଆମେରିକାର ଏହି ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭାରତ ଏବଂ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ ମିଡିଆରେ ସୁଭେଚ୍ଛାର ସୁଅ ଛୁଟିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *