ଲଣ୍ଡନ: ବ୍ରିଟେନ ହାଉସ ଅଫ କମନ୍ସର ସଦସ୍ୟ ଜିମ ଶୈନନ ବିଦେଶ, ରାଷ୍ଟ୍ରମଣ୍ଡଳ ଓ ବିକାଶ ମାମଲାର ରାଜ୍ୟ ସଚିବଙ୍କଠାରୁ ଦିଲ୍ଲୀ ଓ ମୁମ୍ବାଇ ବିବିସି ଅଫିସ ଉପରେ ଆୟକର ବିଭାଗର ଚଢାଉ ଉପରେ ମାଗିଲେ ବୟାନ।
ଦିଲ୍ଲୀ ଓ ମୁମ୍ବାଇସ୍ଥିତ ବିବିସି ଅଫିସରେ ଆଇଟି ଚଢାଉ ପ୍ରସଙ୍ଗ ଉଠିଲା ବ୍ରିଟେନ ସଂସଦରେ। ସଂସଦର ସଦସ୍ୟ ବିଦେଶ, ରାଷ୍ଟ୍ରମଣ୍ଡଳ ସଚିବଙ୍କୁ ଏନେଇ ମାଗିଲେ ବୟାନ। ବ୍ରିଟେନ ହାଉସ ଅଫ କମନ୍ସ ସଦସ୍ୟ ଜେମ ଶୈନନଙ୍କ ଜବାବ ତଲବ ପରେ ବିଦେଶ କମନୱେଲ୍ଥ ଓ ବିକାଶ ମାମଲାର ସଚିବ ଗୃହକୁ ଜଣାଇଥିଲେ କି, ଦିଲ୍ଲୀ ଓ ମୁମ୍ବାଇରେ ବିବିସି କାର୍ଯ୍ୟାଳୟରେ ଭାରତୀୟ ଆୟକର ବିଭାଗ ସର୍ଭେ କରିଛି। ଏହା ୧୪ ଫେବୃଆରୀକୁ ଆରମ୍ଭ ହୋଇ ୧୬ ଫେବୃଆରୀରେ ଶେଷ ହୋଇଛି।
ସଚିବ ଆହୁରି କହିଥିଲେ କି, ଯେମିତି ସଦନର ସମସ୍ତଙ୍କୁ ଜଣାଅଛି, ବିବିସି ସଂଚାଳନ ଓ ସମ୍ପାଦକୀୟ ରୂପରେ ସରକାରଠାରୁ ବେଶ ସ୍ବତନ୍ତ୍ର। ତେବେ ଆୟକର ବିଭାଗ ପକ୍ଷରୁ ଟ୍ୟାକ୍ସ ଚୋରି ଉପରେ କୌଣସି ଟପ୍ପଣୀ ଦିଆଯାଇ ପାରିବ ନାହଁ।
ବିବିସି ପକ୍ଷରୁ କୁହାଯାଇଛି କି, ଭାରତରେ ଅବସ୍ଥାପିତ ବିବିସି କାର୍ଯ୍ୟାଳୟର କର୍ମଚାରୀଙ୍କୁ ସମସ୍ତ ସମର୍ଥନ କରାଯାଉଛି ଓ ଏହି ମାମଲାରେ ଖୁବ ଶୀଘ୍ର ସମାଧାନ ପାଇଁ ଭାରତୀୟ ଅଧିକାରୀଙ୍କୁ ସମସ୍ତ ସହଯୋଗ କରାଯାଉଛି। ପ୍ରଭାବଶାଳୀ ଲୋକତନ୍ତ୍ରୀ ପାଇଁ ଆଇନଗତ ଶାସନ ଅନିବାର୍ଯ୍ୟ। ଯେମିତି ମିଡିଆ ଓ ଅଭିବ୍ୟକ୍ତି ସ୍ବତନ୍ତ୍ରତା ଜାରି ରହି ପାରିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now