ବ୍ରିଟିଶ ସଂସଦରେ ଶୁଭିଲା ସ୍ୱର- ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ପ୍ରତିବାଦ

 ବାଲାଂଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ହିଂସା ଓ ହିନ୍ଦୁ ପୂଜକ ଚିନ୍ମୟ କ୍ରିଷ୍ଣା ଦାସଙ୍କ ଗିରଫ ପ୍ରତିବାଦର ସ୍ୱର ଶୁଭିଲା ବ୍ରିଟିଶ ସଂସଦରେ। ବ୍ରିଟେନ୍ ସାଂସଦ ବବ୍ ବ୍ଲାକମ୍ୟାନ୍ ଏହାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା, ଅଧିକାର ଓ ଧାର୍ମିକ ସ୍ୱାଧୀନତା ରକ୍ଷା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। କଞ୍ଜରଭେଟିଭ ସାଂସଦ ବବ୍ ବ୍ଲାକମ୍ୟାନ୍ ବାଂଲାଦେଶରେ ଜାରି ହିନ୍ଦୁ ବିରୋଧୀ ଅତ୍ୟାଚାରକୁ ଦମନ କରିବାକୁ ଦାବି ଶାଣିତ କରିଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି କହି ସମାଲୋଚନା କରିଛନ୍ତି ବବ୍। ଇସ୍କନ ମନ୍ଦିର ଦେଶରେ ଭକ୍ତିବେଦାନ୍ତର ପ୍ରଚାର କରୁଛି। କିନ୍ତୁ ବାଂଲାଦେଶରେ ଇସ୍କନର ଆଧ୍ୟାତ୍ମିକ ନେତାଙ୍କୁ ଗିରଫ କରାଯାଉଛି। ହିନ୍ଦୁଙ୍କ ଘର ଜାଳିଦିଆଯାଉଛି। ମନ୍ଦିରକୁ ଟାର୍ଗେଟ କରାଯାଉଛି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିରନ୍ତର ପ୍ରୟାସ ହେଉଛି। ଏଭଳି ନୀତିରେ ହିନ୍ଦୁଙ୍କୁ ସିଧା ଟାର୍ଗେଟ କରାହେଉଛି। ତେବେ ତାଙ୍କର ଏହି ଦାବିକୁ ନେଇ ବ୍ରିଟିଶ ଉପ ବୈଦେଶିକ ମନ୍ତ୍ରୀ କହିଛନ୍ତି, ସରକାର ଏହି ମୁଦ୍ଦା ଉପରେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *