ଉହାନ ଲାବରୁ ହିଁ ବ୍ୟାପିଥିଲା କୋଭିଡ-୧୯ ଭୂତାଣୁ: ହଫ୍

ୱାସିଂଟନ: ବିବାଦୀୟ ଉହାନ ଲାବକୁ ନେଇ ପୁଣି ଆସିଲା ଚାଞ୍ଚଲ୍ୟକର ଖୁଲାସା। ଚୀନ ଯେତେ ମନାକଲେ ମଧ୍ୟ ଉହାନ ଲ୍ୟାବରୁ ହିଁ କୋଭିଡ-୧୯ ଭାଇରସ ଲିକ୍‌ ହୋଇଛି। ଉହାନର ପୂର୍ବତନ ଆମେରିକୀୟ ବୈଜ୍ଞାନିକ ଏଣ୍ଡୁ ହଫ୍‌ ଏହି ଖୁଲାସା କରିଛନ୍ତି। ବ୍ରିଟେନ ଖବର କାଗଜ ଦ ସନକୁ ହଫ୍ ଦେଇଥିବା ବୟାନ ଆଧାରରେ ନ୍ୟୁୟର୍କ ପୋଷ୍ଟ କହିଛି କି, କୋଭିଡ ଭୂତାଣୁ  ଦୁଇ ବର୍ଷ ପୂର୍ବେ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାୟରୋଲଜିରୁ ଲିକ ହୋଇଛି, ଯାହା ଏକ ସରକାରୀ ଫଣ୍ଡିଂରେ ହେଉଥିବା ରିସର୍ଚ୍ଚ ଥିଲା।

ହୁଫ୍‌ ଖାଲି ବୟାନ ଦେଇ ନ ଥିଲେ, ଉହାନ ଲାବ୍‌ ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଏହି ପୁସ୍ତକର ନାମ ଉହାନର ସତ। ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି କି, ଏହି ମହାମାରୀ ଆମେରିକାର ଫଣ୍ଡିଂରେ ଚୀନରେ କରୋନା ଭୂତାଣୁ ଉପରେ ହେଉଥିବା ଗବେଷଣା ବେଳେ ବ୍ୟାପିଥିଲା।

ହିଫ୍‌ ଇକୋହେଲ୍ଫ ଏଲାଇନ୍ସର ପୂର୍ବତନ ଉପସଭାପତି ଥିଲେ। ଏହି ସଂସ୍ଥା ନ୍ୟୁୟର୍କର ଏକ ନନ୍‌ ପ୍ରଫିଟ ଅର୍ଗାନାଇଜେସନ, ଯାହା ସଂକ୍ରାମକ ରୋଗ ଉପରେ ଗବେଷଣା କରିଥାଏ। ହଫ୍  ଦାବି କରିଛନ୍ତି କି, ତାଙ୍କ ପୁସ୍ତକରେ ବିନା ଉଚିତ ସୁରକ୍ଷାରେ ସୁରକ୍ଷାର ଚୀନରେ କରୋନା ଭୂତାଣୁର କ୍ଷମତା ବଢାଉଥିବା ଗବେଷଣା କାଳରେ ଭୁଲବଶତଃ ହୋଇଛି।

ଉହାନ ଲାବ କରୋନର ଉତ୍ପତ୍ତିକୁ ନେଇ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସୁଛି, କିନ୍ତୁ ଚୀନ ସରକାର ଏହାକୁ ଅସ୍ବୀକାର କରୁଛି। କିନ୍ତୁ ସେଠାର ଲାବରେ ଉଚିତ ବାୟୋସେପ୍ଟି, ବାୟୋ ସୁରକ୍ଷା ଓ ରିସ୍କ ମ୍ୟାନେଜମେଣ୍ଟର ବ୍ୟବସ୍ଥା ନ ଥିବା ହିଫ୍ ଖୁଲାସା କରିଛନ୍ତି।

ଗତ ଏକ ଦଶକରୁ ଆମେରିକାରେ ନାଶନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥ ତରଫରୁ ମିଳିଥିବା ଫଣ୍ଡିଂରୁ ଉହାନ ଇନଷ୍ଟିଚ୍ୟଉଟ ଅଫ ଭାୟରୋଲୋଜିରେ ବାଦୁଡିରୁ ମିଳୁଥିବା ବହୁ କରୋନା ଭୂତାଣୁ ଉପରେ ଗବେଷଣା ହୋଇଆସୁଛି ଓ ଏହାକୁ ଗୁପ୍ତ ରଖାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *