() ଗ୍ଲାସିଅର ତରଳୁଛି। ନଦୀ ଶୁଖିଲା ପଡ଼ୁଛି। ସବୁଠି ଜଳବାୟୁ ପରିବର୍ତ୍ତନ ବିପତ୍ତିର ଆଭାସ। ଏହାକୁ ମୁକାବିଲା କରିବାକୁ ମିଳିତ ଉଦ୍ୟମ ଦରକାର। ଆଉ ଏଥିଲାଗି ମିଶନ ଲାଇଫ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମିଶନ ଲାଇଫର ଶୁଭାରମ୍ଭ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗୁଜୁରାଟର କେଭାଡ଼ିଆରେ ପରିବେଶ ରକ୍ଷା ଓ ପରିବେଶ ସନ୍ତୁଳନ ଦିଗରେ ଏହି ମିଶନ ଲାଇଫ ସମୁଦାୟ ବିଶ୍ୱ ପ୍ରତି ସୃଷ୍ଟି ହୋଇଥିବା ଜଳାବାୟୁ ସଂକ୍ରାନ୍ତୀୟ ବିପତ୍ତିକୁ ସଠିକ ମୁକାବିଲା କରିପାରିବ ବୋଲି ବିଶ୍ୱ ନେତା ବି ଆଶାବାଦୀ।
ଜଳବାୟୁ ପରିବର୍ତ୍ତନ ବିପତ୍ତିର ଉଣା ଅଧିକେ ଆଭାସ ପାଇସାରିଲେଣି ସଭିଏଁ। ଗ୍ଲାସିଅର ତରଳୁଛି। ନଦୀ ଶୁଖୁଛି। ଜଳବାୟୁ ପରିବର୍ତ୍ତନକୁ ଅନେକ ଏକ ପଲିସି ସମ୍ପର୍କିତ ପ୍ରସଙ୍ଗ ଭାବୁଛନ୍ତି। ସେଥିଲାଗି ଏହାର ମୁକାବିଲା ସରକାର କିମ୍ୱା ଆନ୍ତର୍ଜାତୀୟ ସଂସ୍ଥାର କାମ ବୋଲି ଚୁପ୍ ବସୁଛନ୍ତି। କିନ୍ତୁ ପ୍ରତିଟି ଲୋକ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ଅନୁଭବ କରିବା ପରେ ଏବେ ସମୟ ଆସିଛି, ବ୍ୟକ୍ତିଗତସ୍ତରରେ ଓ ସାମୂହିକସ୍ତରରେ ସମାଧାନର ଅଂଶବିଶେଷ ସାଜିବା। ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ବିଶ୍ୱକୁ ରକ୍ଷା କରିବା ଓ ଆମର ଭବିଷ୍ୟତକୁ ବି। ଗୁଜୁରାଟର କେଭାଡ଼ିଆରେ ମିଶନ ଲାଇଫର ଶୁଭାରମ୍ଭ ଅବସରରେ ଏଭଳି ଉଦବେଗ ସହ ଏଭଳି ବିପତ୍ତିକୁ ମୁକାବିଲା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୟୁଏନ ମହାସଚିବ ଆଣ୍ଟୋନିଓ ଗୁଟେରସ ବି କହିଛନ୍ତି କି, ସୌରଶକ୍ତିର ବିପ୍ଳବରେ ଭାରତ ସହ ହାତ ମିଳାଇ କାମ କରିବାକୁ ପଡ଼ିବ। ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ନିଜର ପ୍ରତିବଦ୍ଧତା ଦେଖାଇ ଭାରତ ଭଳି ରାଷ୍ଟ୍ରକୁ ଆର୍ଥିକ ଓ ଟେକ୍ନୋଲୋଜି ସପୋର୍ଟ ଦିଅନ୍ତୁ। ଜଳବାୟୁ ପରିବର୍ତ୍ତନରୁ ଘୋର ନକରାତ୍ମକ ପ୍ରଭାବ ଓ ଏହା ଲାଗି ଆର୍ଥିକ ସ୍ଥିତି ଦୋହଲୁଛି। ସେଥିଲାଗି ବିକଶିତ ଓ ବିକାଶମୁଖୀ ରାଷ୍ଟ୍ର ଭିତରେ ବିଶ୍ୱାସ ଭରିବାକୁ ଭାରତ ହିଁ ପ୍ରମୁଖ ଭୂମିକା ନିର୍ବାହ କରିପାରିବ।
ଭାରତରେ ମିଶନ ଲାଇଫର ଶୁଭାରମ୍ଭ ଅବସରରେ ଭିଡିଓ ବାର୍ତ୍ତାରେ ଅନେକ ବିଶ୍ୱନେତା ଏହା ବିଶ୍ୱବିପତ୍ତିକୁ ଟାଳିବାରେ ପ୍ରମୂଖ ଭୂମିକା ନିର୍ବାହ କରିବ ବୋଲି ମତ ଦେଇଛନ୍ତି। ଏନର୍ଜି ସ୍ୱାଧୀନତାର ନିରାପତ୍ତା ଓ ଆର୍ଥିକ ସୁରକ୍ଷା ଦିଗରେ ମିଳିତ କାମ କରିବା ଦରକାର। ଭାରତ ଭଳି ରାଷ୍ଟ୍ରରେ ଏହି ମିଶନ ଲାଗି ନିବେଶ କରିବାକୁ ଅନେକ ଆଗ୍ରହ ଦେଖାଇଛନ୍ତି। ଆଉ କିଛି ବିଶ୍ୱ ନେତାଙ୍କ ମତରେ, ଯେତେବେଳେ ଜିଓ ପଲିଟିକାଲ ଟେନସନ ବଢୁଛି, ଆମକୁ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ପାରସ୍ପରିକ ସହଯୋଗ ଭିତ୍ତିରେ କାମ କରିବାକୁ ହେବ। କାରଣ କେହି ଏକାକୀ ଏହି ବିଶ୍ୱ ବିପତ୍ତିକୁ ମୁକାବିଲା କରିପାରିବେନି।
ଏକତା ନଗରରେ ମିଶନ ଲାଇଫର ଶୁଭାରମ୍ଭ ହୋଇଛି। ବିଶ୍ୱ ଜଳବାୟୁ ପରିବର୍ତ୍ତନଜନିତ ବିପତ୍ତିକୁ ମୁକାବିଲା କରିବାକୁ ଲିଡ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଉ ବିଶ୍ୱନେତା ବି ଭାରତକୁ ଏ ଦିଗରେ ଭରପୁର ସହଯୋଗ କରି ଏହି ବିପତ୍ତିକୁ ଟାଳିବାକୁ କଥା ଦେଇଛନ୍ତି।
ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now