“ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ୟାନ”, ମୋଦୀଙ୍କୁ ସାକ୍ଷାତ କରିବା ପରେ କହିଲେ ଟ୍ୱିଟର ମାଲିକ ଏଲନ ମସ୍କ

Spread the love

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ପହଞ୍ଚିବା ପରେ ଟେସଲା କମ୍ପାନୀର ସିଇଓ ଓ ଟ୍ୱିଟରର ମାଲିକ ଏଲନ ମସ୍କ ସହ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପରେ ଏଲନ ମସ୍କ କହିଥିଲେ ଯେ ସେ ମୋଦୀଙ୍କର ଜଣେ ପ୍ରଶଂସକ ।

ମସ୍କ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସାକ୍ଷାତ ଖୁବ ଭଲ ଥିଲା । ମୁଁ ତାଙ୍କୁ ଖୁବ ପସନ୍ଦ କରେ । ସେ କିଛି ବର୍ଷ ତଳେ ଆମ ଫ୍ୟାକ୍ଟ୍ରି କୁ ମଧ୍ୟ ଆସିଥିଲେ । ତେଣୁ ଆମେ ଉଭୟ ଉଭୟଙ୍କୁ କିଛି ସମୟରୁ ଜାଣିଛୁ । ମୁଁ ଭାରତର ଭବିଷ୍ୟତକୁ ନେଇ ଅବିଶ୍ୱସନୀୟ ଭାବେ ଉତ୍ସାହିତ ରହିଛି ।

ବିଶ୍ୱର କୌଣସି ଅନ୍ୟ ଦେଶ ତୁଳନାରେ ଭାରତରେ ଅଧିକ ସମ୍ଭାବନା ଥିବା ମୁଁ ମନେ କରୁଛି ବୋଲି ମସ୍କ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ।

ଟ୍ୱିଟର ମୁଖ୍ୟ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବାସ୍ତବରେ ଭାରତର ଚିନ୍ତା କରିଥାନ୍ତି । ଆମେ ଭାରତରେ ପୁଞ୍ଜିନିବେଶ କରୁ ବୋଲି ସେ ଆମକୁ ପ୍ରେରିତ କରିଥାନ୍ତି । ଆମକୁ କେବଳ ସଠିକ ସମୟ ଚିହ୍ନିବାର ଅଛି । ସେ ବାସ୍ତବରେ ଭାରତ ପାଇଁ ସଠିକ କାମ କରିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ 2015 ମସିହାରେ ଏଲନ ମସ୍କଙ୍କ କାଲିଫର୍ନିଆରେ ଟେସଲା ମୋଟର୍ସର କାରଖାନାକୁ ଗସ୍ତ କରିଥିଲେ । ସେତେବେଳେ ସେ ଏଲନ ମସ୍କଙ୍କୁ ଭେଟିଥିଲେ । ସେତେବେଳେ ସେ ଟ୍ୱିଟରର ମାଲିକ ହୋଇ ନ ଥିଲେ । ଏବେ ଯେତେବେଳେ ଟେସଲା କମ୍ପାନୀ ଭାରତରେ କାମ ଆରମ୍ଭ କରିବାର ସମ୍ଭାବନା ଖୋଜୁଛି ଠିକ ସେତିକିବେଳେ ମସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ରାତିରେ ନ୍ୟୁୟର୍କରେ ଲ୍ୟାଣ୍ଡ କରିବା ପରେ ବିଭିନ୍ନ କ୍ଷେତ୍ରର ଅନେକ ବିଶେଷଜ୍ଞଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏମାନଙ୍କ ମଧ୍ୟରେ ନୋବେଲ ପୁରସ୍କାର ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ବିଦ୍ୱାନ, ଶିକ୍ଷାବିତ ଓ ଅନ୍ୟ ମାନେ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *